ନୂଆଦିଲ୍ଲୀ, ମିଳିତ ଜାତିସଂଘ ଅନୁଯାୟୀ, ନୂଆ ବର୍ଷରେ ସାରା ବିଶ୍ୱରେ ୩,୭୧,୫୦୦ ରୁ ଅଧିକ ଶିଶୁ ଜନ୍ମ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଭାରତରେ ଜନ୍ମଗ୍ରହଣ କରିଛନ୍ତି। ୟୁନିସେଫର ସୂଚନା ଅନୁସାରେ, ବିଶ୍ୱରେ ନୂତନ ବର୍ଷର ପ୍ରଥମ ଦିନରେ ୩,୭୧,୫୦୪ ପିଲା ଜନ୍ମ ହୋଇଥିଲେ। ୨୦୨୧ର ପ୍ରଥମ ସନ୍ତାନ ଫିଜିରେ ଜନ୍ମଗ୍ରହଣ କରିଛି । ବିଶ୍ୱରେ ଜନ୍ମ ହୋଇଥିବା ୧୦ ଟି ଦେଶର ଶିଶୁଙ୍କ ସଂଖ୍ୟା ହେଲା – ଭାରତ (୫୯,୯୯୫), ଚୀନ୍ (୩୫,୬୧୫), ନାଇଜେରିଆ (୨୧,୪୩୯), ପାକିସ୍ଥାନ (୧୪,୧୬୧), ଇଣ୍ଡୋନେସିଆ (୧୨,୩୩୬), ଇଥିଓପିଆ (୧୨,୦୦୬), ଆମେରିକା (୧୦,୩୧୨), ଇଜିପ୍ଟ (୯,୪୫୫), ବାଂଲାଦେଶ (୯,୨୩୬) ଏବଂ କଙ୍ଗୋ ରିପବ୍ଲିକ୍ (୮,୬୪୦) । ମିଳିତ ଜାତିସଂଘ ଏଜେନ୍ସି ଅନୁସାରେ ୨୦୨୧ ମସିହାରେ ୧.୪୦ କୋଟି ପିଲା ଜନ୍ମ ହେବେ ଏବଂ ସେମାନଙ୍କର ହାରାହାରି ବୟସ ୮୪ ବର୍ଷ ହେବ ବୋଲି ଆକଳନ କରାଯାଇଛି। ୟୁନିସେଫ୍ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ହେନେରେଟା ଫୋର୍ ସମସ୍ତ ଦେଶକୁ ଭେଦଭାବହୀନ, ନିରାପଦ ଏବଂ ସୁସ୍ଥ ବର୍ଷ ପାଇଁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି, “ଆଜି ପର୍ୟ୍ୟନ୍ତ ଜନ୍ମ ହୋଇଥିବା ପିଲାମାନେ ଏକ ବର୍ଷ ପୂର୍ବରୁ ଜନ୍ମ ହୋଇଥିବା ପିଲାମାନଙ୍କଠାରୁ ଏକ ଭିନ୍ନ ଦୁନିଆକୁ ଆସିଛନ୍ତି । ନୂଆ ବର୍ଷ ସେମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି । ୨୦୨୧ ମସିହାରେ ୟୁନିସେଫ୍ ପ୍ରତିଷ୍ଠାର ୭୫ ବର୍ଷର ସମାପ୍ତି ଅବସରରେ, ୟୁନିସେଫ୍ ଏବଂ ଏହାର ସହଯୋଗୀମାନେ ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ପିଲାମାନଙ୍କ ପାଇଁ କରାଯାଇଥିବା କାର୍ୟ୍ୟକୁ ପାଳନ କରିବେ । ସେ କହିଛନ୍ତି, “ଆଜି ସାରା ବିଶ୍ୱ ମହାମାରୀର ସମୟ ଦେଇ ଗତି କରୁଛି, ଅର୍ଥନୀତି ହ୍ରାସ ପାଉଛି, ଦାରିଦ୍ରତା ବୃଦ୍ଧି ଏବଂ ଅସମାନତା ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ୟୁନିସେଫର କାର୍ୟ୍ୟ ପୂର୍ବ ଭଳି ରହିବ। ବିବାଦ, ବିସ୍ଥାପନ, ପ୍ରାକୃତିକ ବିପର୍ୟ୍ୟୟ ଏବଂ ସଙ୍କଟ ସମୟରେ ୟୁନିସେଫ୍ ବିଶ୍ୱର ପିଲାମାନଙ୍କ ପାଇଁ ଉପସ୍ଥିତ ଥିଲା ଏବଂ ଆଗକୁ ମଧ୍ୟ ରହିବ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ