You are currently viewing ଶେଷ ଶଯ୍ୟାରେ ମୁଲାୟମ

ଶେଷ ଶଯ୍ୟାରେ ମୁଲାୟମ

ନୂଆଦିଲ୍ଲୀ(୧୦.୧୦.୨୨) : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜ ବାଦୀପାଟିର ପତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କର ପରଲୋକ ହୋଇଛି । ସ୍ୱର୍ଗତ ସିଂହ ଦୀର୍ଘ ଦିନ ଧରି ଅସୁସ୍ଥତା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହୋଉଥିଲେ ।

ମାତ୍ର ଡାକ୍ତରୀ ଦଳର ସମସ୍ତ ଚେଷ୍ଟା ସତ୍ୱେ ସୋମବାର ୮ଟା ସମୟରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଉତ୍ତରପ୍ରଦେଶର ଜଣେ ଟାଣୁଆ ନେତା ଭାବେ ପରିଚିତ ମୁଲାୟମଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ସମେତ ଅନେକ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।