You are currently viewing ଜୀବନ ପ୍ରତି ବିପଦ ଥିବା କହିଲେ ମସ୍କ

ଜୀବନ ପ୍ରତି ବିପଦ ଥିବା କହିଲେ ମସ୍କ

ନୂଆଦିଲ୍ଲୀ (୫.୧୨.୨୨) : ଟ୍ୱିଟର ନୂତନ ମାଲିକ ହେବା ପରଠାରୁ ଏଲନ ମସ୍କ ପ୍ରତି ଦିନ ଚର୍ଚ୍ଚାରେ । କେତେ ବେଳେ ନିଜର ନିଷ୍ପତି କାରଣରୁ ତ କେତେବେଳେ ନିଜର ବୟାନ କାରଣରୁ ସଭିଙ୍କ ଧ୍ୟାନ ଆକର୍ଷଣ କରୁଛନ୍ତି । ତାଙ୍କର ସଦ୍ୟତମ ବୟାନ ଚକିତ କରି ଦେବା ଭଳି ରହିଛି। ଶନିବାର ଟ୍ଵିଟ୍ କରି ସେ ଦାବି କରିଛନ୍ତି, ତାଙ୍କ ସହିତ କିଛି ଘଘଟଣ ଘଟିପାରେ। କେହି ତାଙ୍କୁ ଗୁଳି କରି ପାରନ୍ତି। ଏଥିପାଇଁ ସେ ଖୋଲା କାରରେ ବୁଲନ୍ତି ନାହିଁ।ଏଲନ ମସ୍କ ଦାବି କରିଛନ୍ତି, ତାଙ୍କୁ କେହି ଗୁଳି କରିପାରନ୍ତି। ତେଣୁ ସେ ନିଶ୍ଚିତ ଭାବେ ଖୋଲାକାରରେ ବୁଲିବେ ନାହିଁ। ଟ୍ଵିଟରର ସ୍ପେସରେ ପାଖାପାଖି ଦୁଇ ଘଣ୍ଟାର ପ୍ରଶ୍ନ ଉତ୍ତରର ଅଡିଓ ଚାଟରେ ଏଲନ ମସ୍କ ଏମିତି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ସେ ନିଜ ଜୀବନ ପ୍ରତି ବିପଦ ଥିବା କହିଛନ୍ତି। ଆଶା କରୁଛି କେହି ଏମିତି ମୋ ସହ କରିବେ ନାହିଁ। ତେଣୁ ଖୋଲା କାରରେ ବୁଲିବା ତାଙ୍କ ଜୀବନ ପ୍ରତି ବିପଦ ରହିଛି।

ଅନ୍ୟମାନଙ୍କୁ ଜଣାନ୍ତୁ।