ନାସାର ଐତିହାସିକ ଡାର୍ଟ ମିଶନ ସଫଳ

ନୂଆଦିଲ୍ଲୀ (୧୨.୧୦.୨୨) : ନାସାର ଐତିହାସିକ ମିଶନ ର୍ଡାଟ ସଫଳ । ପୃଥିବୀ ଆଡକୁ ମାଡିଆସୁଥିବା ଏକ ଗ୍ରହାଣୁର ଗତିପଥକୁ ବଦଳାଇ ଦିଆଯାଇଛି । ନାସା ପକ୍ଷରୁ ଏହି ମିଶନ ପାଇଁ ସ୍ୱତନ୍ତ୍ର ପଦକ୍ଷପ ନିଆଯାଇଥିଲା । ପ୍ରଥମ ଥର ପାଇଁ ନାସା ପକ୍ଷରୁ ମହାଜାଗତିକ ବସ୍ତୁର ଗତିପଥକୁ ବଦଳାଇ ଦିଆଯାଇଛି ।

ସାରା ବିଶ୍ୱକୁ ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ । ତେଣୁ ପୃଥିବୀ ପ୍ରତି ଯେତେବେଳେ ବିପଦ ଦେଖାଦେଇଛି ସେତେବେଳେ ଏହାର ସମଧାନ କରିବା ସମସ୍ତଙ୍କର ଦାୟିତ୍ୱ ବୋଲି ନାସା ପକ୍ଷରୁ କୁହାଯାଇଛି । ପୃଥିବୀ ଆଡକୁ ଆସୁଥିବା ଉଲ୍‌କାପିଣ୍ଡର ଦିଗ ବଦଳାଇବା

ପାଇଁ ଦୁଇ ସପ୍ତାହ ପୂର୍ବେ ନାସା ତା’ର ପ୍ରଥମ ପରୀକ୍ଷଣ ଆରମ୍ଭ କରିଥିଲା। ଆଉ ଏହାକୁ ନାସା ପକ୍ଷରୁ ‘ଡାର୍ଟ ମିଶନ’ ନାଁ ଦିଆଯାଇଥିଲା । ଡବଲ୍ ଆଷ୍ଟେରଏଡ୍ ରିଡାଇରେକ୍ସନ ଟେଷ୍ଟର (ଡାର୍ଟ)ର ମହାକାଶଯାନ ୨୬ ସେପ୍ଟେମ୍ବରରେ ଡାଇମୋରଫୋସ୍ ନାମକ ଏକ ଉଲ୍‌କାପିଣ୍ଡକୁ ଧକ୍କା ଦେଇଥିଲା।

Leave A Reply

Your email address will not be published.