You are currently viewing ସମ୍ମାନିତ ହେଲେ ନୱାଙ୍ଗ୍ ନାମଗ୍ୟାଲ

ସମ୍ମାନିତ ହେଲେ ନୱାଙ୍ଗ୍ ନାମଗ୍ୟାଲ

ଗତ କିଛି ଦିନ ତଳେ ଅକ୍ଟୋବର ମାସରେ ଏକ ୫ବର୍ଷର ଶିଶୁର ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଲଦାଖରେ ଭାରତୀୟ ଜବାନଙ୍କୁ ସାଲ୍ୟୁଟ କରୁଥିବାର ନଜର ଆସିଥିଲେ । ଭିଡିଓଟିରେ ଛୋଟ ଶିଶୁର ଜୋସ ଓ ସାହସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯେଉଁ ବୟସରେ ପିଲାମାନେ ଧୂଳି ଖେଳ ଛାଡିନଥାନ୍ତି, ସେହି ବୟସରେ ଭାରତୀୟ ସେନା ପ୍ରତି ଏତେ ସମ୍ମାନ ଏବଂ ଯବାନଙ୍କୁ ସଲ୍ୟୁଟ କରିବା ଦୃଶ୍ୟକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ । ଏହି କୁନି ବାଳକ ହେଉଛି ଚୁସୁଲ ଅଂଚଲର ନୱାଙ୍ଗ୍ ନାମଗ୍ୟାଲ । ଏବେ ପୁଣି ଥରେ ବାଳକ ଚର୍ଚ୍ଚାକୁ ଆସିଛନ୍ତି । ବର୍ତ୍ତମାନ ସେହି କୁନି ବାଳକକୁ ଆଇଟିବିପି ପକ୍ଷରୁ ସମ୍ମାନିତ କରାଯାଇଛି । ଆଇଟିବିପି ପୋଷାକ ପିନ୍ଧି ନୱାଙ୍ଗ ପରେଡ୍ ମାର୍ଚ କରିବା ସହ ସେନା ଯବାନଙ୍କୁ ସଲ୍ୟୁଟ କରୁଥିବା ଦେଖାଯାଇଛି । ଏହାର ଭିଡିଓକୁ ଆଇଟିବିପି ସେନା ପକ୍ଷରୁ ଟୁଇଟ୍ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।