ମୁମ୍ୱାଇ, କରୋନାର ନୂଆ ଲହର ଦେଶରେ ଆତଙ୍କ ସୃଷ୍ଟି କରିଛି । ଦିନକୁ ଦିନ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ ଜାରି ହୋଇଛି । ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବାକୁ ଛାଡି ଅନ୍ୟ ସବୁ ଅଫିସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଏହାସହ ଅଡିଟୋରିୟମ ଏବଂ ଥିଏଟର ଗୁଡିକରେ ମଧ୍ୟ ୫୦ ପ୍ରତିଶତ କ୍ଷମତାରେ ଚଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିୟମ ଧାର୍ମିକସ୍ଥଳୀ, ରାଜନୀତିକ ସମାବେଶ ଏବଂ ସାଂସ୍କୃତିକ ସମାବେଶରେ ଲାଗୁ ହେବ ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି।