ଦିଲ୍ଲୀ(ଏଏନଏସ)୨୦/୦୭, ଶ୍ରୀଲଙ୍କା ସଂସଦ ଭବନ ପରିସରରେ କଡା ସୁରକ୍ଷା ବଳୟରେ ଆଜି ଶେଷ ହୋଇଛି ରାଷ୍ଟ୍ରପତି ନିର୍ବାଚନ । ସଂସଦରେ ମୋଟ ୨୨୫ଟି ଭୋଟରୁ ସର୍ବାଧିକ ୧୩୪ଟି ଭୋଟ ପାଇ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ରାନିଲ୍ ବିକ୍ରମସିଂଘେ । ଏହି ନିର୍ବାଚନ ସମୟରେ ସଂସଦ ଭବନ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷେଙ୍କ ସମେତ ସମସ୍ତ ସାଂସଦ ଉପସ୍ଥିତ ଥିଲେ ।ଶ୍ରୀଲଙ୍କା ରାଷ୍ଟ୍ରପତି ପଦବୀ ପାଇଁ ଏଥର ତ୍ରିମୁଖୀ ଳଢେଇ ହୋଇଥିଲା । ଲଢେଇର ସର୍ବାଗ୍ରେ ଥିଲେ କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମ ସିଂଘେ । ଦୁଲ୍ଲାସ ଆଲ୍ଲା ପରୁମା ଓ ଅନୁରା କୁମାର ଦିସା ନାୟକ ମଧ୍ୟ ରାଷ୍ଟ୍ରପତି ଦୌଡରେ ସାମିଲ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀଲଙ୍କାର ପ୍ରମୁଖ ବିରୋଧୀଦଳ ନେତା ସାଜିଥ ପ୍ରେମ ଦାସା ରାଷ୍ଟ୍ରପତି ଦୌଡରୁ ଓହରି ଯାଇଛନ୍ତି । ଦୀର୍ଘ ଦିନ ଧରି ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟ ଦେଖାଯାଇଥିବା ବେଳେ ଜାତୀୟ ଜରୁରୀ ପରିସ୍ଥିତି ଜାରି ହୋଇଛି । ପରିସ୍ଥିତି ଏପରି ହୋଇଛି ଯେ ଶ୍ରୀଲଙ୍କାର ଜନସାଧାରଣ ଆନ୍ଦୋଳୋନାତ୍ମକ ପନ୍ଥା ଆପଣେଇବାକୁ ମଧ୍ୟ ପଛାଇ ନାହାନ୍ତି ।
ଜାଣନ୍ତୁ ଜନ୍ମାଷ୍ଟମୀ ବ୍ରତର ମହତ୍ତ୍ଵବିବାହ ପାଇଁ ଟ୍ରାକ୍ଟରରେ ଆସିଲା ବରଅଧିକା ପାଣି ପିଇବା ମଧ୍ଯ ହୋଇପାରେ ସମସ୍ୟାଭତ୍ତାନେଇ ଫେରୁଥିବାବେଳେ ଚାଳିଗଲା ଜୀବନଆସୁଛି ଆଉ ଏକ ଲଘୁଚାପମୁଣ୍ଡଳୀରେ ଵିପଦ ସଙ୍କେତ ଉପରେ ମହାନଦୀପରିବା ଦର ଆକାଶଛୁଆଁପରିକ୍ରମା ପକ୍ଷରୁ ବର୍ଷା କବିତା ଆସରପରିକ୍ରମା ତରଫରୁ ମେଧା ସମ୍ବର୍ଦ୍ଧନା ସମାରୋହମହାପ୍ରଭୁଙ୍କୁ ଲାଗି ହେବ ରାହୁ ରେଖା