You are currently viewing ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ସର୍ବସମ୍ମୁଖରେ ନେଲେ କରୋନା ଟିକା

ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ସର୍ବସମ୍ମୁଖରେ ନେଲେ କରୋନା ଟିକା

ୱାଶିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଏକ ଲାଇଭ ଟେଲିଭିଜନରେ କରୋନା ଟୀକାକରଣ କରାଇଛନ୍ତି । ବିଡେନଙ୍କୁ ଫାଇଜର ଦ୍ୱାରା ବିକଶିତ କରୋନା ଟୀକା ଦିଆଯାଇଥିଲା । ଆମେରିକାରେ ଫାଇଜର ନିର୍ମିତ କରୋନା ଟୀକା ସରକାରୀ ସ୍ୱୀକୃତି ପ୍ରଦାନ କରାଯାଇଛି ।। ଆମେରିକାବାସୀଙ୍କୁ ଟୀକା ନେବାକୁ ଉତ୍ସାହିତ କରିବା ପାଇଁ ବିଡେନ ଲାଇଭ ଟିଭି ମାଧ୍ୟମରେ କରୋନା ଟୀକା ଗ୍ରହଣ କରିଛନ୍ତି । ଏହି ଅବସରରେ ବିଡେନ ବୈଜ୍ଞାନିକ,ସ୍ୱାସ୍ଥ୍ୟକର୍ମୀ ସମେତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।


ଟୀକାକରଣ ସମୟରେ ବିଡେନ ଆମେରିକୀୟମାନଙ୍କୁ କହିଥିଲେ ଯେ ଚିନ୍ତା କରିବାର କିଛି ନାହିଁ । ଟୀକା ନେବାରେ କୌଣସି ଅସୁବିଧା ନାହିଁ ଏବଂ ଏହି ସମୟ ମଧ୍ୟରେ ସେମାନେ ମାସ୍କ ପିନ୍ଧିବା ଉଚିତ ଏବଂ ବିଶେଷଜ୍ଞଙ୍କ କଥା ଶୁଣିବା ଉଚିତ। ଜନସାଧାରଣଙ୍କ ମନରେ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ବିଡେନ ।

ଅନ୍ୟମାନଙ୍କୁ ଜଣାନ୍ତୁ।