ନିଜ ବିବେକ ଅନୁସାରେ ଭୋଟ ଦେଲି : ମୋକିମ

ଭୁବନେଶ୍ୱର(ଏଏନଏସ) ୧୮/୦୭, ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ ମହମ୍ମଦ ମୋକିମ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମଙ୍କୁ ଭୋଟ ଦେଇଛନ୍ତି ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ସେ କହିଛନ୍ତି ‘ ନିଜ ମାଟିର ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ବାଛିଲି , ପାର୍ଟି ଭିତରେ ଏହାକୁ ନେଇ କୌଣସି ଦ୍ୱନ୍ଦ ନାହିଁ । ‘ ନିଜ ବିବେକ ଅନୁସାରେ ସେ ଭୋଟ ଦେଇଛନ୍ତି । ଜଣେ ଓଡିଆ ମହିଳା ଛିଡା ହୋଇଥିବାରୁ ନିଜର ମୂଲ୍ୟବାନ ଭୋଟ ତାଙ୍କୁ ଦେଇଛନ୍ତି । ଜଣେ ଓଡିଆଙ୍କୁ ଦେଶର ସର୍ବୋଚ୍ଚ ସ୍ଥାନରେ ଦେଖି ନିଜକୁ ଗର୍ବିତ ମନେ କରିବେ ବୋଲି କହିଛନ୍ତି ମୋକିମ । ‘ ମୁଁ ଜଣେ ଓଡିଆ ହିସାବରେ ତାଙ୍କୁ ଭୋଟ ଦେଇଥିବା ସେ କହିଛନ୍ତି ‘ । ମୋକିମଙ୍କ ଏହି ନିଷ୍ପତ୍ତି ପରେ କଂଗ୍ରେସରେ ଆରମ୍ଭ ହୋଇଛି ନୂଆ ବିବାଦ ।

Leave A Reply

Your email address will not be published.

fifteen + 15 =