ନୂଆଦିଲ୍ଲୀ (୨୯.୧୧.୨୨) : ବଢୁଛି ଥଣ୍ଡା । ଜାଡରେ ଥରୁଛି ଉତ୍ତର ଭାରତ । ହିମାଳୟରୁ ଆସୁଥିବା ଥଣ୍ଡାପବନ ଯୋଗୁଁ ଶୀତ ପ୍ରକୋପ ଜାରି ରହିଛି । ଏପଟେ ଆରବ ସାଗରରୁ ଆସୁଥିବା ପଶ୍ଚିମା ପବନ ମଙ୍ଗଳବାର ଉତ୍ତର ଭାରତକୁ ଛୁଇଁବା ଫଳରେ ଦିଲ୍ଲୀ ଏନସିଆର ସମେତ ଭାରତ ବିଭିନ୍ନ ରାଜ୍ୟରେ ଥଣ୍ଡା ବଢୁଛି । ୧୫ ନଭେମ୍ବର ଠାରୁ ଉତ୍ତର ଭାରତର ସମତଳ ରାଜ୍ୟ ଗୁଡିଗରେ ତାପମାତ୍ରା ଦୃତ ଗତିରେ ହ୍ରାସ ପାଇଛି । ୱେଷ୍ଟନ ଡିଷ୍ଟ୍ରବାନ୍ସ ଯୋଗୁଁ ତାପମାତ୍ରା ଅହୁରି କମିବ । ହିମାଳୟରୁ ଆସୁଥିବା ଥଣ୍ଡା ପବନ ଓ ପଶ୍ଚିମା ପବନ ଛୁଇଁବ । ବିଭିନ୍ନ ସ୍ଥାନରେ କୁହୁଡି ଦେଖିବାକୁ ମିଳିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାମିଲନାଡ଼ୁ, କେରଳ, ଲାକ୍ଷାଦ୍ବୀପ ଓ ଦକ୍ଷିଣ କର୍ଣ୍ଣାଟକରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ହେବା ସମ୍ଭାବନ । ଏହାକୁ ଛାଡ଼ି ଦେଶ ଅନ୍ଯ ପ୍ରାନ୍ତରେ ପାଗ ଶୁଖିଲା ରହିବ । ସେହିପରି ଗଙ୍ଗା ନଦୀ ବେସିନର ସମତଳ ଅଞ୍ଚଳରେ ସଂନ୍ଧ୍ୟା ସମୟରେ ଆକାଶରେ କୁହୁଡ଼ି ଦେଖିବାକୁ ମିଳିବ ବୋଲି ସ୍କାଇମେଟ୍ ପୂର୍ବାନୁମାନ କରିଛି । ଦେଶର ଉତ୍ତର-ପଶ୍ଚିମ, ମଧ୍ୟ ଓ ଦକ୍ଷିଣ ଇଲାକାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । କୁହୁଡି ଯୋଗୁ ରାଜସ୍ଥାନରେ ତାପମାତ୍ରା ହ୍ରାସ ପାଇଛି । ରାତିରେ ତାପମାତ୍ରା ୭ଡିଗ୍ରୀ କମିଛି ।
ଅଜବ ମନ୍ଦିର : ଯେଉଁଠାରେ କୁକୁରମାନଙ୍କ ନାମକରଣ କରାଯାଏଡାର୍କ ଚକଲେଟ ହୋଇପାରେ ଘାତକକଅଯୋଧ୍ୟାରେ ପହଞ୍ଚିଲା ଶାଳଗ୍ରାମ ପଥରଗାତରେ ପଡି ଶିଶୁ କନ୍ୟା ମୃତଯୁବକ ଙ୍କୁ ବିଭତ୍ସ ହତ୍ୟାNEWS SUPERFAST [email protected]ଝିଅଙ୍କୁ ଦେଖି ଚେତାଶୂନ୍ୟ ହେଲେ ଛାତ୍ରଅର୍ଚ୍ଚନା ନାଗ ମାମଲା : କୋର୍ଟରେ ଚାର୍ଜସିଟ ଦାଖଲ କରିବ କମିଶନରେଟ ପୋଲିସ୨୪ ଫେବ୍ରୃଆରୀରେ ବିଧାନସଭାରେ ବଜେଟ ଉପସ୍ଥାପନା କରିବେ ଅର୍ଥମନ୍ତ୍ରୀଦନ୍ତାର ମୃତଦେହ ଠାବ