ବିପଦରେ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ

ନୂଆଦିଲ୍ଲୀ ୧୨/୦୮, ୟୁକ୍ରେନର ଜେପୋରିଜିୟା ଆଣବିକ ପ୍ଲାଣ୍ଟରେ ବହୁତ ବଡ  ଅଘଟଣ ଘଟିପାରେ ବୋଲି ସତର୍କ କରାଇଲା IAEA । ଉଭୟ ଋଷ ଓ ୟୁକ୍ରେନ ସୈନ୍ୟ ୟୁରୋପର ସର୍ବବୃହତ ଆଣବିକ ପ୍ଲାଣ୍ଟ ନିକଟରେ ଗୁଳିଗୋଳା ବର୍ଷଣ କରୁଥିବାରୁ ଆଗୁଆ ସତର୍କ କରାଇଛି ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥା ବା IAEA । ପ୍ଲାଣ୍ଟର ତେଜଷ୍କ୍ରିୟ ଗୋଦାମ ନିକଟରେ ୫ଟି ରକେଟ ମାଡ଼ ହେବାରୁ ଗଭୀର ଆଶଙ୍କା ବ୍ୟକ୍ତ କରିଛି ଇଣ୍ଟରନେସନାଲ ଆଟମିକ ଏଜେନ୍ସି । ଜେପୋରିଜିୟା ପ୍ଲାଣ୍ଟ ଗତ ମାର୍ଚ୍ଚରୁ ଋଷବାହିନୀ କବଜାରେ ଥିବା ସତ୍ତ୍ୱେ ଏହାକୁ ହାତଛଡ଼ା କରିବାକୁ ଚାହୁଁ ନାହିଁ ୟୁକ୍ରେନ ବାହିନୀ । ଜାତିସଂଘ ନିରାପତ୍ତା ପରିଷଦ ବୈଠକରେ ସଂସ୍ଥାର ମୁଖ୍ୟ ରାଫେଲ ଗ୍ରସି ଏନେଇ ସତର୍କ କରାଇଛନ୍ତି । ଯୁଦ୍ଧର ଗତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଥିବାବେଳେ ଜେପୋରିଜିୟା ଆଣବିକ ପ୍ଲାଣ୍ଟକୁ କବଜା କରିବା ଲାଗି ଚାଲିଛି ସଂଘର୍ଷ । ତୁରନ୍ତ ଏହି ପ୍ଲାଣ୍ଟ ନିକଟକୁ ଏକ ଟିମ୍ ପଠାଇବା ଲାଗି IAEAକୁ ଅନୁମତି ଦିଆଯାଉ ବୋଲି କହିଛନ୍ତି ଗ୍ରସି ।

Leave A Reply

Your email address will not be published.

seventeen − 5 =