You are currently viewing ହସ୍ପିଟାଲ‌ରେ ଅକ୍ସିଜେନ‌ ଲିକ‌;୨୨ କରୋନା ଆକ୍ରାନ୍ତ ମୃତ

ହସ୍ପିଟାଲ‌ରେ ଅକ୍ସିଜେନ‌ ଲିକ‌;୨୨ କରୋନା ଆକ୍ରାନ୍ତ ମୃତ

ନାସିକ-୨୧.୦୪.୨୦୨୧, ମହାରାଷ୍ଟ୍ର୍ରର ନାସିକରେ ଘଟିଛି ଏକ ବଡ ଧରଣର ଅଘଟଣ । ନାସିକ ସ୍ଥିତ ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ ଲିକ ହୋଇ ୨୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ସମସ୍ତ ରୋଗୀ ଭେଣ୍ଟିଲେଟରରେ ରହିଥିଲେ । ଅକ୍ସିଜେନ ଲିକେଜ କାରଣରୁ ରୋଗୀଙ୍କ ପାଖରେ ଅକ୍ସିଜେନ ପହଞ୍ଚିପାରିନଥିଲା ଯାହା ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଭେଣ୍ଟିଲେଟରରେ ୧୫୦ରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ରହିଥିଲେ । ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି | ଅକ୍ସିଜେନ ଲିକେଜ କିପରି ହେଲା ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।