ନୂଆଦିଲ୍ଲୀ (୧୩.୧୦.୨୨) : ଜାତିସଂଘ ସାଧାରଣ ପରିଷଦ ବୈଠକରେ ପୁଣି କାଶ୍ମୀର ପ୍ରସଙ୍ଗ ଉଠାଇଛି ପାକିସ୍ତାନ । ତେବେ ଭାରତ ପାକିସ୍ତାନଙ୍କୁ କଡା ଜବାବ ଦେଇ ମୁହଁ ବନ୍ଦ କରିଦେଇଛି । ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ରୁଷ-ୟୁକ୍ରେନ ଯୁଦ୍ଧ ବିଷୟରେ ଆଲୋଚନା ଚାଲିଥିଲା ।

ଏହି ସମୟରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲା ପାକିସ୍ତାନ । ପାକିସ୍ତାନୀ କୂଟନୀତିଜ୍ଞ ମୁନିର ଅକ୍ରମ ଲଗାତାର ଭାବେ ରୁଷ- ୟୁକ୍ରେନର ଯୁଦ୍ଧକୁ କାଶ୍ମୀରର ସ୍ଥିତି ସହ ତୁଳନା କରିଥିଲେ । ଏଥିରେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବେଜ ପାକିସ୍ତାନ ଉପରେ ପ୍ରବଳ ବର୍ଷିଥିଲେ । ଏଥି ସହିତ ତାକୁ କଡା ଭାଷାରେ ନିନ୍ଦା କରିଥିଲେ ।