ହାଇଦ୍ରାବାଦ, ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଛନ୍ତି ଆନ୍ଧ୍ର ହାଇକୋର୍ଟ । ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତିର ଅବଧି ସ୍ୱଳ୍ପ ସମୟ ଥିବାରୁ ଏହି ନିର୍ବାଚନ ଆଇନ ସମ୍ମତ ନୁହେଁ ବୋଲି ବିରୋଧୀ ଦଳଗୁଡିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାର ବିଚାର କରି ପଞ୍ଚାୟତ ନିର୍ବାଚନ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି ଆନ୍ଧ୍ର ହାଇେକୋର୍ଟ । ଏସମ୍ପର୍କରେ ଆନ୍ଧ୍ର ପ୍ରଦେଶର ଗଣମାଧ୍ୟମରେ ବିସ୍ତୃତ ଭାବେ ପ୍ରକାଶ ପାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଏହି ନିର୍ବାଚନ ହୋଇଥିଲେ ଆନ୍ଧ୍ର ସୀମାନ୍ତରେ ଥିବା ଓଡିଶାର କୋଟିଆ ପଞ୍ଚାୟତରେ ମଧ୍ୟ ନିର୍ବାଚନ ହୋଇଥାନ୍ତା । ତେବେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ବନ୍ଦ ରହିବାରୁ କୋଟିଆରେ ମଧ୍ୟ ନିର୍ବାଚନ ବନ୍ଦ ରହିବ ।