ନୂଆଦିଲ୍ଲୀ (୧୮.୩.୨୩) : ୫ ଦିନରେ ମାତ୍ର ୯୭ ମିନିଟ ପାଇଁ ଚାଲିଲା ସଂସଦ । ନେତାଙ୍କ ଯୁକ୍ତିତର୍କରେ ସ୍ୱାହା ହେଲା ଦେଶବାସୀଙ୍କ ୫୦ କୋଟି ଟଙ୍କା । କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନରେ ଭାରତର ଗଣତନ୍ତ୍ର ବିରୋଧରେ ଦେଇଥିବା ଟିପ୍ପଣୀ ପାଇଁ ସଂସଦରେ ଝଡ଼ ସୃଷ୍ଟି ହୋଇଛି । ରାହୁଲଙ୍କର ଏହି ଟିପ୍ପଣୀ ଗଣତନ୍ତ୍ରର ଅପମାନ କରିଛି ଏବଂ ରାହୁଲ ଏଥିପାଇଁ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି । ଏଥିପାଇଁ ଲଗାତାର ୫ ଦିନ ଧରି ସଂସଦ ଏକ ପ୍ରକାର ଠପ୍ ହୋଇପଡିଛି । ଅନ୍ୟପଟେ କଂଗ୍ରେସ ଗୌତମ ଆଦାନୀ ପ୍ରସଙ୍ଗରେ ଗୃହରେ ହୋହାଲ୍ଲା କରୁଛିି । ଆଉ ଉଭୟ ଦଳର ସାଂସଦଙ୍କ ବାରମ୍ବାର ହଟ୍ଟଗୋଳ ଲାଗି ଉଭୟ ଲୋକସଭା ଏବଂ ରାଜ୍ୟସଭା ସୋମବାର ଅର୍ଥାତ୍ ୨୦ ମାର୍ଚ୍ଚ ଯାଏଁ ସ୍ଥଗିତ ରଖାଯାଇଛି । ବଡ଼କଥା ଯେ ମାର୍ଚ୍ଚ ୧୩ ରେ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିବାବେଳେ ଗୃହର ପ୍ରକ୍ରିୟା ଗୋଟିଏ ଦିନ ବି ଶେଷ ହୋଇପାରି ନାହିଁ ।
ରାଜ୍ୟବାସୀଙ୍କ ପାଇଁ ଉତ୍କଳ ଦିବସ ଭେଟିନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚ