You are currently viewing ପତଞ୍ଜଳିର ଲାଇସେନ୍ସ ରଦ୍ଧ : ୧୪ଟି ସାମଗ୍ରୀ ଉପରେ ଲାଗିଲା ପ୍ରତିବନ୍ଧକ

ପତଞ୍ଜଳିର ଲାଇସେନ୍ସ ରଦ୍ଧ : ୧୪ଟି ସାମଗ୍ରୀ ଉପରେ ଲାଗିଲା ପ୍ରତିବନ୍ଧକ

ଏଏନଏସ : ପତଞ୍ଜଳିର ଲାଇସେନ୍ସ ରଦ୍ଧ ହେବା ପରେ ବନ୍ଧ ହୋଇଛି ୧୪ଟି ସାମଗ୍ରୀ । ଆଜି ପତଞ୍ଜଳି ନିଜର ୧୪ଟି ସାମଗ୍ରୀକୁ ଆଜି ବନ୍ଦ କରିଛି। ୫୬୦୬ ଫ୍ରାଞ୍ଜାଇଜ୍‌ ଷ୍ଟୋର୍‌କୁ ଏହି ସାମଗ୍ରୀ ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯୋଗଗୁରୁ ରାମଦେବ ବାବାଙ୍କ ପତଞ୍ଜଳି ଆୟୁର୍ବେଦ ପ୍ରାଇଭେଟ ଲିମିଟେଡର ୧୪ ସାମଗ୍ରୀର ଉତ୍ପାଦନ ଉପରେ କମ୍ପାନୀ ପକ୍ଷରୁ ରୋକ୍‌ ଲଗାଯାଇଛି। ମୋଟ ୧୪ ସାମଗ୍ରୀ ଉପରେ ଗଣମାଧ୍ୟମର ବିଜ୍ଞାପନ ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ମୁତାବକ ସୁପ୍ରିମକୋର୍ଟରେ ପତଞ୍ଜଳି ବିଜ୍ଞାପନକୁ ନେଇ ମାମଲା ଚାଲିଥିଲା । ହେଲେ ଆଜି ପତଞ୍ଜଳି କମ୍ପାନୀର ଏକାଧିକ ପ୍ରଡକ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଉତ୍ତରାଖଣ୍ଡ ସରକାର। ରାଜ୍ୟ ସରକାର ୧୪ଟି ପତଞ୍ଜଳି ପ୍ରଡକ୍ଟ ଲାଇସେନ୍ସ ରଦ୍ଦ କରିଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।