ସେନାକୁ ଅର୍ଜୁନ ଟ୍ୟାଙ୍କ ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ତାମିଲନାଡୁ ଓ କେରଳ ଗସ୍ତରେ ଅଛନ୍ତି । ସେଠାରେ ପ୍ରଧାଳମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍‍ଘାଟନ କରିଛନ୍ତି। ଏହି ଗସ୍ତର ପ୍ରଥମେ ପ୍ରଧାନମନ୍ତ୍ରୀ ଚେନ୍ନାଇ ମେଟ୍ରୋ ରେଳର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଉତ୍ତର ଚେନ୍ନାଇର ବିମାନବନ୍ଦର ଓ ରେଳ ଷ୍ଟେସନ ସହିତ ଯୋଗା ଯୋଗ ସହଜ ହେବ ।ଏହା ସହ ପ୍ରଧାନମନ୍ତ୍ରୀ ଚେନ୍ନାଇଠାରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅର୍ଜୁନ ଟ୍ୟାଙ୍କକୁ ସେନା ହାତରେ ଅର୍ପଣ କରିଛନ୍ତି। ୮,୪୦୦ କୋଟି ଟଙ୍କା ବଜେଟରେ ଏହି ଟ୍ୟାଙ୍କ ସମ୍ପୂର୍ଣ୍ଣ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏବଂ ଏହି ଟ୍ୟାଙ୍କର ନିର୍ମାଣ ଓ ବିକାଶ କାର୍ଯ୍ୟ ଡିଆରଡିଓ ଦ୍ୱାରା କରାଯାଇଛି ।

Leave A Reply

Your email address will not be published.