ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି

ନୂଆଦିଲ୍ଲୀ୧୫/୦୬, ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇମାସରେ ଶେଷ ହେବାକୁ ଯାଉଛି । ତଦନୁଯାୟୀ ଦେଶ ଜଣେ ନୂତନ ରାଷ୍ଟ୍ରମୁଖ୍ୟଙ୍କୁ ନିର୍ବାଚିତ କରିବ । ଯାହାର ପରିମାଣ ସ୍ୱରୂପ ଆଜିଠାରୁ ରାଷ୍ଟ୍ରପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ସେ ସଂକ୍ରାନ୍ତରେ ବିଧିବଦ୍ଧଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ମିଳିଥିବା ସୂଚନା ମୁତାବକ ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ । ଦେଶର ସମ୍ବିଧାନ ଅନୁସାରେ ଭାରତର ସମସ୍ତ ରାଜ୍ୟର ବିଧାନସଭାର ସଭ୍ୟ ଓ ଲୋକସଭାର ଉଭୟ ଗୃହର ସଭ୍ୟମାନେ ରାଷ୍ଟ୍ରପତି ନିର୍ବାଚନରେ ଭାଗନେଇପାରିବେ । କେବଳ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇଥିବା ସଭ୍ୟମାନେ ଏଥିରେ ଭାଗ ନେଇପାରିବେ ନାହିଁ । ନିର୍ବାଚନ ସଂପର୍କିତ ବିଜ୍ଞପ୍ତି ଆଜି ବିଧାନ ସଭା ନୋଟିସ ବୋର୍ଡରେ ପ୍ରକାଶ ପାଇଛି ।

Leave A Reply

Your email address will not be published.

eighteen + seventeen =