ପ୍ରଧାନମନ୍ତ୍ରୀ ୭୫ ଜିଲ୍ଲାକୁ ଦେବେ ଉପହାର

ନୂଆଦିଲ୍ଲୀ(୧୫.୧୦.୨୨) : ଆର୍ଥିକ ଅନ୍ତର୍ଭୁକ୍ତିକୁ ଅଧିକ ବ୍ୟାପକ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶର ୭୫ଟି ଜିଲ୍ଲାକୁ ୭୫ ଟି ଡିଜିଟାଲ ବ୍ୟାଙ୍କ ୟୁନିଟ ଉତ୍ସର୍ଗ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଶୁକ୍ରବାର ଏକ ବୟାନରେ ଏହି ସୂଚନା ଦେଇଛନ୍ତି । ଏହି ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଭିଡିଓ କଫରେନସିଂ ମାଧ୍ୟମରେ ସମ୍ବୋଧନ ମଧ ଦେବେ । ଲଲ୍ଲେଖଯୋଗ୍ୟ ଯେ ୨୦୨୨-୨୩ ବାର୍ଷିକ ବଜେଟରେ ଦେଶ ସ୍ୱାଧିନତା ୭୫ ତମ ବାର୍ଷିକ ପୁରଣ ହେବା ୁପଲକ୍ଷେ ଦେଶର ୭୫ ଜିଲ୍ଲାରେ ୭୫ ଟି ଡିବିୟୁ ସ୍ଥାପନା ନିମନ୍ତେ ଘୋଷଣା କରାଯାଇଥିଲା ।

ଡିବିୟୁର ସ୍ଥାପନା ଦେଶର କୋଣ ଅନୁକୋଣକୁ ଡିଜିଟାଲ ବ୍ୟଙ୍କିଙ୍ଗ ପହଞ୍ଚାଇବା ଲାଗି କରାଯିବା ସେହି ଅନୁସାରେ ଦେଶର ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଡିବିୟୁ ସ୍ଥାପିତ ହେବା ଏଥିରେ ସାର୍ବଜନିକ କ୍ଷେତ୍ରର ୧୧ ବ୍ୟାଙ୍କ, ୧୨ ଘରୋଇ ବ୍ୟାଙ୍କ ଓ ଏକ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଉଦ୍ୟମରେ ଭାଗ ନେଉଥିବା ପିଏମଓଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଛି ।

ପିଏମଓଙ୍କ ଅନୁସାରେ ଡିବିୟୁ ଆଉଟଲେଟ୍‌ରୁ ସଞ୍ଚାଳିତ ହେବେ। ଯେଉଁଠାକୁ ଲୋକେ ସଞ୍ଚୟ ଖାତା ଖୋଲିବା, ବାଲାନ୍ସ ଚେକ୍ କରିବା, ପାସ୍ ବୁକ୍ ପ୍ରିଣ୍ଟ କରିବା,ରାଶି ଅନ୍ତରୀଣ କରିବା, ଅବଧି ଜମାରେ ନିବେଶ କରିବା, ଋଣ ଲାଗି ଆବେଦନ କରିବା, ଜାରି କରିଥିବା ଚେକ୍ ଲାଗି ଷ୍ଟପପେମେଣ୍ଟ ଘୋଷଣା କରିବାକୁ ଆସିବେ।

ଏଠାରେ ସେମାନଙ୍କୁ କ୍ରେଡିଟ୍-ଡେବିଟ୍ କାର୍ଡ ଲାଗି ଆବେଦନ କରିବା, ଖାତାର ବିବରଣୀ ଜାଣିବା, କର ଓ ବିଲ ପୈଠ କରିବା, ନୋମିନେସନ କରିବା ଲାଗି ଡିଜିଟାଲ ବ୍ୟାଙ୍କିଙ୍ଗ ସୁବିଧା ପ୍ରଦାନ କରାଯିବ। ଡିବିୟୁ ଗ୍ରାହକଙ୍କୁ ବର୍ଷତମାମ ଉନ୍ନତ ଡିଜିଟାଲ ଅନୁଭବ ପ୍ରଦାନ କରିବାରେ ସକ୍ଷମ କରିବ। ପିଏମଓ କହିଛନ୍ତି ଏହି ବ୍ୟାଙ୍କ ଡିଜିଟାଲ  ବିତ୍ତିୟ ସାକ୍ଷରତା ପ୍ରସାର କରିବ ତଥା ଗ୍ରାହକଙ୍କୁ ସାଇବର ସୁରକ୍ଷା ସଚେତନତା ସମେତ ସୁରକ୍ଷା ଉପାୟ ସମ୍ପର୍କରେ ଶିକ୍ଷିତ କରିବ।   

Leave A Reply

Your email address will not be published.