ନୂଆଦିଲ୍ଲୀ (29.4.23): କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନରେ ସାମିଲ ହେଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ଏଥିପାଇଁ ଦିଲ୍ଲୀର ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କ ପାଖରେ ପହଞ୍ଚିଛନ୍ତି ପ୍ରିୟଙ୍କା । କୁସ୍ତିଯୋଦ୍ଧା ଦେଉଥିବା ଧାରଣାରେ ସାଙ୍ଗ ହୋଇ ବସିଛନ୍ତି ପ୍ରିୟଙ୍କା। କୁସ୍ତିଯୋଦ୍ଧା ସଂଘର ସଭାପତି ବ୍ରିଜ ଭୂଷଣ ସିଂଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଛନ୍ତି। ଦିଲ୍ଲୀର କନ୍ନାଟ୍ ପ୍ଲେସ୍ ପୋଲିସ୍ ଷ୍ଟେସନରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଇଟି ଏଫ୍ଆଇଆର୍ ରେଜିଷ୍ଟ୍ରର ହୋଇଛି। ପ୍ରିୟଙ୍କାଙ୍କୁ ଖେଳାଳିମାନେ ସେମାନଙ୍କ ସମସ୍ୟା ବିଷୟରେ କହିଥିଲେ।ପ୍ରିୟଙ୍କା କହିଛନ୍ତି, ୨ଟି ଏଫଆଇଆର ରେଜିଷ୍ଟ୍ରର ହୋଇଛି । କିନ୍ତୁ ତା’ର କପି ଏପର୍ଯ୍ୟନ୍ତ ମିଳିନାହିଁ । ଏଫଆଇଆରରେ କ’ଣ ଲେଖାଯାଇଛି କିଛି କୁହାଯାଇନାହିଁ । ଏମାନେ ମେଡାଲ ଜିତି ଆଣୁଥିବା ବେଳେ ପ୍ରଶଂସା ପାଉଥିବା ବେଳେ ଏବେ ସଡ଼କରେ ବସି ଆନ୍ଦୋଳନ କରୁଛନ୍ତି, ତାହା କେହି ଶୁଣିବାକୁ ଅରାଜି । ଏପର୍ଯ୍ୟନ୍ତ WFI ର ମୁଖ୍ୟ ଇସ୍ତଫା ଦେଇନାହାନ୍ତି । ଯାଞ୍ଚ ଆରମ୍ଭ ହୋଇଛି କିନ୍ତୁ ତାଙ୍କୁ ପଦରୁ ହଟାଯାଇନାହିଁ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ