You are currently viewing ଡିମ୍ପଲଙ୍କୁ ଟକ୍କର ଦେବେ ରଘୁରାଜ

ଡିମ୍ପଲଙ୍କୁ ଟକ୍କର ଦେବେ ରଘୁରାଜ

ଲକ୍ଷ୍ନୌ (୧୫.୧୧.୨୨) : ଉତ୍ତରପ୍ରଦେଶର ମୌନପୁରୀରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ଟକ୍କଟର ଦେବେ ଶିବାଲ ଯାଦବଙ୍କ ଘନିଷ୍ଠ । ଏହି ଆସନ ପାଇଁ ବିଜେପି ତା’ର ପ୍ରାର୍ଥୀ ଘୋଷଣା କରିଛି । ଏହି ଲୋକସଭା ଆସନରୁ ବିଜେପି ରଘୁରାଜ ଶକ୍ୟଙ୍କୁ ଟିକେଟ ଦେଇଛି । ମୌନପୁରୀ ଆସନରେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ଡିମ୍ପଲ ଯାଦବଙ୍କୁ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା ବିଜେପିର ରଘୁରାଜ ଶାକ୍ୟ ପ୍ରଗତିଶୀଳ ସମାଜବାଦର ପାର୍ଟିର ଜାତୀୟ ସଭାପତି ଶିବପାଲ ଯାଦବଙ୍କ ଅତ୍ୟନ୍ତ ନିକଟତର ବୋଲି କୁହାଯାଏ । ଚଳିତ ବର୍ଷ ଫେବ୍ରୃଆରୀରେ ରଘୁରଜ ଶାକ୍ୟ ପ୍ରସପା ଛାଡି ବିଜେପିରେଯୋଗ ଦେଇଥିଲେ । ରଘୁରାଜ ଦୁଇଥର ସାଂସଦ ମଧ୍ୟ ରହିସାରିଛନ୍ତି । ବିଜେପିରେ ଯୋଗଦେବା ପୂର୍ବରୁ ରଘୁରାଜ ପ୍ରସପାର ରାଜ୍ୟ ଉପାଧ୍ୟକ୍ଷ ପଦରେ ଥିଲେ। ୧୯୯୯ ଓ ୨୦୦୪ରେ ସମାଜବାଦୀ ପାର୍ଟି ଟିକେଟରେ ରଘୁରାଜ ଇଟାୱାରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ୨୦୧୨ରେ ସେ ସପା ଟିକେଟରେ ଇଟାୱା ସଦର ଆସନରୁ ବିଧାନସଭା ନିର୍ବାଚନରେ ମଧ୍ୟ ଜିତିଥିଲେ। ରଘୁରାଜ ୨୭ ଜାନୁଆରୀ ୨୦୧୭ରେ ସମାଜବାଦୀ ପାର୍ଟିରୁ ଇସ୍ତଫା ଦେଇଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।