ନୂଆଦିଲ୍ଲୀ ୧୩/୦୬, ନ୍ୟାସନାଲ ହେରାଲ୍ଟ ମନି ଲଣ୍ଟରିଂ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବେ । ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟକୁ ନେତା ଓ କର୍ମୀଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ଯାଉଛନ୍ତି ରାହୁଲ ଗାନ୍ଧୀ । ଏହାର ପ୍ରତିବାଦରେ ସାରା ଦେଶରେ ଥିବା କଂଗ୍ରେସ କର୍ଯ୍ୟାଳୟ ସମ୍ମୁଖରେ ଦଳର ନେତା ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । କଂଗ୍ରେସ ଦଳ ତରଫରୁ କୁହାଯାଇଛି ଯେ ମୋଦି ସରକାର କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଗୁଡିକୁ ବିରୋଧୀ ଦଳଙ୍କ ବିରୋଧରେ ଲଗାଇଛନ୍ତି । କିଭଳି ଭାବେ ବିରୋଧୀ ନେତା ମାନଙ୍କୁ ବଦନାମ କରାଇବେ ତାହାହିଁ ମୋଦି ସରକାରଙ୍କ ଉଦ୍ଦେଶ୍ୟ । ଓଡିଶାରେ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାହୁଲ ଗାନ୍ଧୀଙ୍କୁ ଦେଇଥିବା ସମନର ପ୍ରଭାବ ପଡିଛି । ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ବର ଇଡି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି କଂଗ୍ରେସନେତା ଓ କର୍ମୀ । କଂଗ୍ରେସ ପ୍ରବକ୍ତା କହିଛନ୍ତି ଯେ ମୋଦି ସରକାର ବିରୋଧୀ ଦଳ ପ୍ରତି ଯଦି ଏପରି ମନୋଭାବ ପୋଷଣ କରନ୍ତି ତେବେ ଆଗାମୀ ଦିନରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ।
ଜୁଲାଇ୫ରେ ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟରାସ୍ତାକଡକୁ ଖସିଲା ଯାତ୍ରୀବାହୀବସ୍ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତୀଜାଣନ୍ତୁ ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରିବାର ଫାଇଦାଭୁଲରେ ବି ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହିସବୁ କାମ, ଦେଖାଦେଇପାରେ ସମସ୍ୟାମହିଳାମାନଙ୍କ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରେ ଅମୃତଭଣ୍ଡା, ଜାଣନ୍ତୁ କ’ଣ?ମଧୁମେହ ରୋଗୀ କରନ୍ତୁ ଏହି ଚା’ର ସେବନଉଡୁଥିବା ହୋଟେଲANS [email protected]କର୍ଡନରେ ପଶି ରଥ ଛୁଇଁଲେ ମାଳ ମାଳ ଅଣଓଡ଼ିଆ,