You are currently viewing ସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀ

ସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (୨୯.୩.୨୩) : ସ୍ୱାଧିନତା ସଂଗ୍ରାମୀ ସାବରକର ବିରୋଧୀ ବୟାନ ନଦେବା ପାଇଁ ରାହୁଲ ଗାନ୍ଧୀଙ୍କୁ ବୁଝାଇଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର । ଆଉ ପାୱାର ବୁଝାଇବା ପରେ ରାହୁଲ ଗାନ୍ଧୀଙ୍କ ଚେତା ପଶିଛି । ଆଗକୁ ସାବରକର ବିରୋଧୀ ବୟାନ ଦେବେ ନାହିଁ ବୋଲି ରାହୁଲ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି । ସଂସଦର ସଦସ୍ୟତା ରଦ୍ଦ ପରେ ପ୍ରେସମିଟରେ ସବରକରଙ୍କୁ ନେଇ ରାହୁଲ ଗାନ୍ଧୀ ବିବାଦୀୟ ବୟାନ ଦେଇଥିଲେ । ଯାହା ବିରୋଧୀ ଏକତାରେ ଫାଟ ସୃଷ୍ଟି କରିଥିଲା । ଉଦ୍ଧବ ଗୋଷ୍ଠୀଙ୍କ ଶିବସେନାର ସାଂସଦ ସଂଜୟ ରାଉତ କହିଥିଲେ, ଏଭଳି ବୟାନ ରାହୁଲ ସପକ୍ଷରେ ସାରା ଦେଶରେ ସୃଷ୍ଟି ହୋଇଥିବା ସହାନୁଭୂତିକୁ କମାଇ ଦେବ । ଅନ୍ୟପଟେ ଗତକାଲି ସଂସଦ ପରିସରରେ ବିଜେପି ସହ ଉଦ୍ଧବ ବାଲା ସାହେବ ଠାକରେ ଶିବସେନା ବା ୟୁବିଟି ସାଂସଦ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏପରିକି ଏ ପ୍ରସଙ୍ଗରେ କଂଗ୍ରେସ ଡାକିଥିବା ବିରୋଧୀ ଦଳ ବୈଠକକୁ ମଧ୍ୟ ଆସିନଥିଲା ୟୁବିଟି । ସେପଟେ ଉଦ୍ଧବ ଠାକରେ ଚେତାବନୀ ଦେଇ କହିଥିଲେ, ରାହୁଲ ସାବରକର ବିରୋଧୀ ବୟାନ ଦେବା ବନ୍ଦ ନକଲେ ମହାରାଷ୍ଟ୍ରର ମହା ବିକାଶ ଅଘାଡି ମେଂଟରେ ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାପରେ ଏନସିପି ମୁଖ୍ୟ ଶରଦ ପାୱାର ମେଂଟରେ ଦେଖା ଦେଇଥିବା ଫାଟକୁ ଦୂରେଇବା ପାଇଁ ମଧ୍ୟସ୍ଥତା କରିବାକୁ ଆଗେଇ ଆସିଛନ୍ତି । ଆଉ ପାୱାର ବୁଝାଇବା ପରେ ରାହୁଲ ସାବରକର ବିରୋଧୀ ବୟାନ ଦେବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।