ନୂଆଦିଲ୍ଲୀ (୨୩.୩.୨୩) : ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ । ରାହୁଲ ଗାନ୍ଧୀଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ସୁରଟ କୋର୍ଟ । ତେବେ ଜେଲ ଦଣ୍ଡାଦେଶର କିଛି ସମୟ ମଧ୍ୟରେ ହିଁ ରାହୁଲଙ୍କୁ ଜାମିନ ମିଳିଛି । । ରାହୁଲଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁରଟର ସେସନ କୋର୍ଟ । ୨୦୧୯ ନିର୍ବାଚନ ବେଳେ ରାହୁଲ ଗାନ୍ଧୀ ପ୍ରଚାର ସମୟରେ ଯେଉଁ ବୟାନ ଦେଇଥିଲେ ତାହାକୁ ନେଇ ହୋଇଥିବା ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୁଜୁରାଟର ସୁରଟ କୋର୍ଟ ୪ ବର୍ଷ ତଳର ଏହି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ଶୁଣାଣି ବେଳେ ରାହୁଲ ଗାନ୍ଧୀ କୋର୍ଟରେ ଉପସ୍ଥିତ ଥିଲେ । ଗତ ୨୦୧୯ ନିର୍ବାଚନରେ କର୍ଣ୍ଣାଟକର ଏକ ନିର୍ବାଚନୀ ସଭାରେ ରାହୁଲ କହିଥିଲେ, ସବୁ ଚୋରଙ୍କର ସରନେମ ମୋଦୀ କାହିଁକି ହୋଇଥାଏ । ଏହି ବୟାନକୁ ନେଇ ସେତେବେଳେ ବିବାଦ ଦେଖିବାକୁ ମିଳିଥିଲା । ରାହୁଲଙ୍କ ଏହି ବୟାନ ପୂରା ମୋଦୀ ସମାଜ ପ୍ରତି ଅପମାନ ବୋଲି ଦର୍ଶାଇ ବିଜେପି ବିଧାୟକ ପୁର୍ଣ୍ଣେଶ ମୋଦୀ ଏକ ମାନହାନି ମାମଲା ରୁଜୁ କରିଥିଲେ । ୨୦୧୯ର ଏହି ନିର୍ବାଚନୀ ସଭାରେ ରାହୁଲ କହିଥିଲେ, ନୀରବ ମୋଦୀ, ଲଳିତ ମୋଦୀ ଓ ନରେନ୍ଦ୍ର ମୋଦୀଙ୍କ ସରନେମ କମନ କାହିଁକି? ସବୁ ଚୋରଙ୍କ ସରନେମ ମୋଦୀ କାହିଁକି ହୋଇଥାଏ । ଏହାକୁ ନେଇ ମାନହାନି ମାମଲା ରୁଜୁ ହେବା ପରେ ୨୦୨୧ରେ ଶୁଣାଣି ବେଳେ ଉପସ୍ଥିତ ରହି ନିଜର ପକ୍ଷ ରଖିଥିଲେ । ଏପରିକି ଆଜି ଶୁଣାଣି ପୂର୍ବରୁ ରାହୁଲ ଗାନ୍ଧୀ କୋର୍ଟରେ ଉପସ୍ଥିତ ରହିବା ସହ ଯେଉଁ ରାୟ ଆସିବ ତାହାକୁ ଗ୍ରହଣ କରିବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଥିଲା । କୋର୍ଟଙ୍କ ରାୟକୁ ରାହୁଲ ସମ୍ମାନ କରିବେ ଏବଂ ଏଥିପାଇଁ ଦଳ ତାଙ୍କ ସମର୍ଥନରେ ଥିବା କହିଥିଲେ ଗୁଜୁରାଟ କଂଗ୍ରେସ ମୁଖପାତ୍ର ମନୀଷ ଦୋଶୀ । ଏଭଳି ମାମଲାରେ ଜରିଆରେ କଂଗ୍ରେସ ନେତାଙ୍କୁ ଡରାଯାଇପାରିବନି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ