You are currently viewing ଆଉ ସ୍କୁଲରେ ପାଳନ ହେବନି ଇନ୍ଦିରା ଗାନ୍ଧୀ ଜୟନ୍ତୀ : ପଢନ୍ତୁ, କେଉଁ ରାଜ୍ୟ ସରକାର ଦେଲେ ଏମିତି ନିର୍ଦ୍ଦେଶ…

ଆଉ ସ୍କୁଲରେ ପାଳନ ହେବନି ଇନ୍ଦିରା ଗାନ୍ଧୀ ଜୟନ୍ତୀ : ପଢନ୍ତୁ, କେଉଁ ରାଜ୍ୟ ସରକାର ଦେଲେ ଏମିତି ନିର୍ଦ୍ଦେଶ…

ଏଏନଏସ: ରାଜସ୍ଥାନ ସରକାରଙ୍କ ବଡ଼ ନିଷ୍ପତ୍ତି । ରାଜସ୍ଥାନର ସମସ୍ତ ସ୍କୁଲରେ ଇନ୍ଦିରା ଗାନ୍ଧୀ ଜୟନ୍ତି ପାଳନ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ସ୍କୁଲ କ୍ୟାଲେଣ୍ଡରରୁ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତି ଅବସରରେ ପଡୁଥିବା ଛୁଟିକୁ ହଟାଇ ଦିଆଯାଇଛି । ଏନେଇ ଶିକ୍ଷାମନ୍ତ୍ରୀ ମଦନ ଦିଲାବର ସୂଚନା ଦେଇଛନ୍ତି । ଶିକ୍ଷାମନ୍ତ୍ରୀ ମଦନ ଦିଲାବର କହିଛନ୍ତି କି, ଦେଶରେ ଅନେକ ମହାନ ବ୍ୟକ୍ତି ରହିଛନ୍ତି, ଯେଉଁମାନେ ଇନ୍ଦିରା ଗାନ୍ଧୀଙ୍କ ଠାରୁ ଦେଶ ପାଇଁ ଭଲ କାମ କରିଛନ୍ତି ତେଣୁ ସେମାନଙ୍କ ଜୟନ୍ତୀ ପାଳନ କରାଯିବା ଉଚିତ ଓ ଏହି କାରଣରୁ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳନକୁ ବନ୍ଦ କରାଯାଇଛି । ଏହାସହ ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟତିଥୀକୁ ଏବେଠାରୁ ସଂକଳ୍ପ ଦିବସ ଓ ଏନେଇ ଆୟୋଜିତ ହେଉଥିବା କୋମୀ ଏକତା ସପ୍ତାହର ନାମ ପରିବର୍ତନ କରି ଏହାକୁ ସମରସତା ସପ୍ତାହ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।