ରାମ ରହିମଙ୍କୁ ମିଳିଲା ପାରୋଲ

ଚଣ୍ଡିଗଡ (୧୫.୧୦.୨୨) : ରାମ ରହିମଙ୍କୁ ମିଳିଛି ପାରୋଲ । ୪୦ ଦିନ ପାରୋଲରେ ମୁକୁଳିଥିବା ରାମ ରହିମ ଆଜି ସକାଳେ କଡା ସୁରକ୍ଷା ମଧ୍ୟରେ ବାଗପାଟ ଅଭିମୁଖେ ଯାତ୍ରା କରିଛନ୍ତି । ଜଣେ ସ୍ୱାଧିଙ୍କୁ ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ୨୦ ବର୍ଷ ହେଲା ଦଣ୍ଡାଦେଶ ହୋଇଥିବା ବେଳେ ଡେରା ମ୍ୟାନେଜର ରଣଜିତ ସିଂହ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ହୋଇଛି ।

ଏହି ଅଭିଯୋଗରେ ୨୦୧୭ ମସିହାରୁ ସେ ସୁନାରିଆ ଜେଲରେ କଏଦୀ ଭାବେ ରହିଥିଲେ । ପୂର୍ବରୁ ବହୁଥର ପାରୋଲରେ ବାହାରି ସାରିଥିବା ଡେରାସଚ୍ଚା ସୌଦା ପ୍ରମୁଖଙ୍କୁ ଏଥର ବି ପାରୋଲ ମିଳିଛି । ଏ ନେଇ ତାଙ୍କ ପରିବାର ପକ୍ଷରୁ ଆବେଦନ କରାଯାଇଥିବା ବେଳେ ରାମ ରହିମଙ୍କୁ ପାରୋଲ ମିଳିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ।

ଜେଲ୍‌ ମାନୁଆନ ଅନୁଯାୟୀ ରାମ ରହିମଙ୍କୁ ପାରୋଲ ମିଳିଥିବା କହିଛନ୍ତି ହରିୟାଣାର ଜେଲ୍‌ ମନ୍ତ୍ରୀ । ଏନେଇ ସେ କହିଛନ୍ତି, ପାରୋଲ ସମ୍ବନ୍ଧରେ ଜେଲର ନିଜସ୍ୱ ବ୍ୟବସ୍ଥା ଅଛି। ଯେତେବେଳେ ଜଣେ ବ୍ୟକ୍ତି ଜେଲରେ ଅଛନ୍ତି, ତାଙ୍କ ପରିବାର ସଦସ୍ୟ ପାରୋଲ ପାଇଁ ଆବେଦନ କରନ୍ତି, ଏହା ସେମାନଙ୍କର ଅଧିକାର । ଏ ସମ୍ପର୍କରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଫେବୃଆରୀରେ ରାମ ରହୀମଙ୍କୁ ୨୧ ପାରୋଲ ମିଳିଥିଲା। ଏହାପରେ ଜୁନ୍ ୨୭ରେ ରାମ ରହୀମଙ୍କୁ ୩୦ ଦିନ ପାଇଁ ପାରୋଲ୍ ଦିଆଯାଇଥିଲା। ଏଥର ୪୦ ଦିନ ପାରୋଲ ମଞ୍ଜୁର କରାଯାଇଥିବା ଜଣାଯାଇଛି।

Leave A Reply

Your email address will not be published.