You are currently viewing କେରଳରେ ୫୬ ଟି ସ୍ଥାନରେ ରେଡ

କେରଳରେ ୫୬ ଟି ସ୍ଥାନରେ ରେଡ

ନୂଆଦିଲ୍ଲୀ(୨୯.୧୨.୨୨) :   ପିଏଫଆଇର ଲିଙ୍କ୍‌ରେ ଆଜି ସକାଳେ କେରଳର ୫୬ଟି ସ୍ଥାନରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ପକ୍ଷରୁ  ଚଢ଼ାଉ କରାଯାଇଛି।  ଯେଉଁମାନେ ପିଏଫଆଇ ଲିଙ୍କରେ ଅଛନ୍ତି ସେମାନଙ୍କ ଘର ଓ ଅଫିସରେ ଏହି ଚଢ଼ାଉ କରାଯାଇଛି।ଯାଞ୍ଚ ଏଜେନ୍ସିର ସୂଚନା ଅନୁସାୟୀ, ଅନ୍ୟ କୌଣସି ନାମରେ ପିଏଫଆଇକୁ ପୁଣି ଥରେ ସକ୍ରିୟ କରିବାକୁ ଚେଷ୍ଟା କରାଯାଉଥିଲା। ଗୃହ ମନ୍ତ୍ରଣାଳୟ ଦ୍ୱାରା ପ୍ରତିବନ୍ଧକ ଲଗାଯିବା ପରେ ପିଏଫଆଇ ଅନ୍ୟ ଅନ୍ତ ରାଷ୍ଟ୍ରୀୟ ଆତଙ୍କୀ ସଂଗଠନ ସହ ଯୋଗାଯୋଗରେ ରହିଥିଲା। ସେମାନଙ୍କ ଠାରୁ ଫଣ୍ଡ ସଂଗ୍ରହ କରିବାକୁ ଚେଷ୍ଟା କରୁଥିଲା। ଆଜି ଭୋର ପ୍ରାୟ ୪ଟା ସମୟରେ ଏହି ଚଢ଼ାଉ କରାଯାଇଥିଲା।ସେପ୍ଟେମ୍ବର ମାସଠାରୁ ଆଜି ପର୍ଯ୍ୟନ୍ତ ପିଏଫଆଇର ଲିଙ୍କରେ ଏନଆଇଏ କେରଳରେ ୫ଥର ଚଢ଼ାଉ କରିସାରିଛି।ସୂଚନାଯୋଗ୍ୟ, ୨୦୦୬ ମସିହାରେ କେରଳରେ ପିଏଫଆଇର ଗଠନ ହୋଇଥିଲା। ୨୦୦୯ରେ ଏହା ଏକ ରାଜନୈତିକ ମୋର୍ଚ୍ଚା ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ୍ ଇଣ୍ଡିଆର ଗଠନ କରିଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।