ଶେଷରେ ଜିତିଲା ରାହୁଲର ଧୈର୍ଯ୍ୟ ଓ ସାହାସ

ଛତିଶଗଡ୧୫/୦୬, ସଫଳ ହୋଇଛି ଅପରେସନ ରାହୁଲ । ଦୀର୍ଘ ୫ଦିନକାଳ ବୋରୱେଲ ଭିତରେ ଫସିଥିବା ରାହୁଲ ଶେଷରେ ଉଦ୍ଧାର ହୋଇଛି ।
ରାହୁଲର ଧୈର୍ଯ୍ୟ ସାହାସ ଆଗରେ ହାରମାନିଛି ପରିସ୍ଥିତି । ୧୦୫ଘଣ୍ଟାରୁ ଉର୍ଦ୍ଧ ସମୟଧରି ବୋରୱେଲର ସଂକୀର୍ଣ୍ଣ ଗାତ ଭିତରେ ଫସିରହି ଜୀବନ ସହ ସଂଘର୍ଷ କରୁଥିବା ରାହୁଲର ଶେଷରେ ବିଜୟୀ ହୋଇଛି । ପଥର ଚଟାଣର ଛାତି ଚିରି ମୃତ୍ୟୁକୁ ମାତ ଦେଇ ବାହାରକୁ ବାହାରିଛି ଦିବ୍ୟାଙ୍ଗ ନାବାଳକ ରାହୁଲ । ରାହୁଲକୁ ଉଦ୍ଧାର କରିବା ପରେ ଉଦ୍ଧାରକାରୀ ଦଳର ସଦସ୍ୟଙ୍କ ଆଖିରେ ଆନନ୍ଦର ଅଶ୍ରୁ ଦେଖିବାକୁ ମିଳିଥିଲା । ଉଦ୍ଧାରପରେ ପରେ ଯବାନଙ୍କ ଜିନ୍ଦାବାଦ ନାରାରେ ଫାଟିପଡିଥବଲା ସାରା ଅଞ୍ଚଳ । ଉପସ୍ଥିତ ଜନତା ଓ ଅଧିକାରୀ ସମସ୍ତେ ଉଦ୍ଧାରକାରୀ ଦଳଙ୍କୁ ଧନ୍ୟବାଦ ଜଣାଇଥିଲେ । ରାହୁଲ ଉଦ୍ଧାର ହେବାପରେ ତା’ର ସ୍ୱାସ୍ଥ୍ରବସ୍ଥାକୁ ଯାଞ୍ଚ କରାଯାଇଛି । ସେ ସୁସ୍ଥଥିବା କହିଛନ୍ତି ବିଶେଷଜ୍ଞ ଡାକ୍ତର । ଅକ୍ସିଜେନ ଦେଇ ରାହୁଲକୁ ହସ୍ପିଟଲକୁ ନିଆଯାଇଥିଲା । ଛତିଶଗଡ ଅଞ୍ଚଳରେ ଏହା ସବୁଠୁ ବଡ ସଫଳ ଅପରେସନ । ଦିବ୍ୟାଙ୍ଗ ନାବାଳକ ରାହୁଲକୁ ଉଦ୍ଧାର କରିବା ପାଇଁ ସେନା, ଏନଡିଆରଏଫ, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଦିନରାତି ଏକ କରିଦେଇଥିଲେ ।

Leave A Reply

Your email address will not be published.

seventeen + twenty =