You are currently viewing ଶ୍ମଶାନ ଛାତ ପଡି ୧୬ ମୃତ

ଶ୍ମଶାନ ଛାତ ପଡି ୧୬ ମୃତ

ନୂଆଦିଲ୍ଲୀ, ଦିଲ୍ଲୀ ଗାଜିଆବାଦରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଶ୍ମଶାନ ଛାତ ପଡି ୧୬  ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କିଛିଜଣ ଆହତ ହୋଇଥିବା ସୂଚନା ମିଳିଛି । ଏଯାବତ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗାଜିଆବାଦ ପୋଲିସ ଷ୍ଟେସନର ମୁରାଦନଗର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ସୂଚନାଯୋଗ୍ୟ, ଦିଲ୍ଲୀ ଏନସିଆରରେ ବର୍ଷା ହୋଇଛି। ମୁରାଦନଗରର ଶ୍ମଶାନରେ କିଛି ଲୋକ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଆସିଥିଲେ। ବର୍ଷା ହେତୁ ଛାତ ତଳେ ଥିଲେ ହଠାତ୍ ଛାତଟି ଖସିଗଲା । ମୃତ୍ୟୁ ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା ରହିଛି  ।

ଅନ୍ୟମାନଙ୍କୁ ଜଣାନ୍ତୁ।