ନଆଦିଲ୍ଲୀ, ‘ମିଷ୍ଟର୍ ବିନ୍’ ନାଁରେ ରୋୱାନ ଏଟକିନସନ ସବୁ ସ୍ଥାନରେ ଲୋକପ୍ରିୟ ହୋଇପାରିଛନ୍ତି । ସେ ଜଣେ ହାସ୍ୟ ଅଭିନେତା ହେବା ସହ ଲେଖକ ମଧ୍ୟ । ‘ମିଷ୍ଟର୍ ବିନ୍’ ଚରିତ୍ରକୁ ବେଶ ପସନ୍ଦ କରନ୍ତି ଦର୍ଶକ । ଏହି ଚରିତ୍ର ତାଙ୍କୁ ଅଭିନୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି । ସେ ଏପର୍ଯ୍ୟନ୍ତ ଅନକ ଗୁଡିଏ ଫିଲ୍ମ ଏବଂ ନାଟକରେ କାମ କରି ସାରିଛନ୍ତି କିନ୍ତୁ ଲୋକେ ତାଙ୍କୁ ଆଜି ବି ‘ମିଷ୍ଟର୍ ବିନ୍’ ରୂପେ ହିଁ ଚିହ୍ନନ୍ତି ।
ନିକଟରେ ରୋୱାନ କହିଛନ୍ତି ଯେ, ମୁଁ ଆଉ ‘ମିଷ୍ଟର୍ ବିନ୍’ ଚରିତ୍ରରେ ଅଭିନୟ କରିବି ନାହିଁ । କିନ୍ତୁ ଏହି ଚରିତ୍ର ଉପରେ ନିର୍ମାଣ ହେବାକୁ ଯାଉଥିବା ଆନିମେଟେଡ ସିରିଜରେ ଭଏସ୍ ଦେବି । ମୋତେ ଆଉ ଏହି ଚିରତ୍ରରେ ଅଭିନୟ କରିବାକୁ ଭଲ ଲାଗୁ ନାହିଁ । ଏହି ଚରିତ୍ର ପାଇଁ ମୋତେ ବଡ ଦାୟିତ୍ୱ ମୁଣ୍ଡେଇବାକୁ ପଡୁଛି ବୋଲି ରୋୱାନ କହିଛନ୍ତି ।ସୂଚନାଥାଉକି, ୧୯୯୦ରେ ପ୍ରଥମ ଥର ପାଇଁ ଟେଲିଭିଜନରେ ‘ମିଷ୍ଟର୍ ବିନ୍’ର ଚରିତ୍ର ଦେଖିବାକୁ ମିଳିଥିଲା । ଏହା ପରଠାରୁ ଲୋକେ ତାଙ୍କୁ ‘ମିଷ୍ଟର୍ ବିନ୍’ ନାମରେ ହିଁ ଜାଣିଛନ୍ତି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ