ଅଯୋଧ୍ୟା (୧୭.୩.୨୩) : ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ବ୍ୟବସାୟୀ ଓ ସାଧୁ ମୁହାଁମୁହିଁ । କୁହାଯାଉଛି ଯେ, ରାମପଥ କଡରେ ଦୋକାନ ନିର୍ମାଣକୁ ନେଇ ଦୁଇ ପକ୍ଷରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିବା ଜଣାପଡିଛି । କିନ୍ତୁ ଯେକୌଣସି ସମୟରେ ହିଂସା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି । ବ୍ୟବସାୟୀଙ୍କ ଅଭିଯୋଗ ଆଧାରରେ ପୁଲିସ ହନୁମାନଗଡିର ୫ଜଣ ସାଧୁଙ୍କ ସମେତ ୧୫ଜଣ ନାଗା ସାଧୁଙ୍କ ବିରୋଧରେ ମାମଲା ଦାଏର କରିଛି । ଅଯୋଧ୍ୟା ଏସପି ମଧୁବନ ସିଂହଙ୍କ କହିବା ଅନୁସାରେ ସାଧୁଙ୍କର ଏକ ଦଳ ଓ ବ୍ୟବସାୟୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ବ୍ୟବସାୟୀ ସଂଘର ମୁଖ୍ୟ ଧୀରେନ୍ଦ୍ର କୁମାର ଗୁପ୍ତାଙ୍କ କହବା ଅନୁସାରେ, ସାଧୁ ଓ ନାଗାସାଧୁମାନେ ସେମାନଙ୍କ ଦୋକାନରେ ଜୋରଜବଦସ୍ତି ପଶି ମାରପିଟ ଓ ଲୁଟପାଟ୍ କରିଥିଲେ । ଅନ୍ୟପଟେ ମହନ୍ତ ଗୌରୀ ଶଙ୍କର ଦାସ କହିଛନ୍ତି ଯେ, ଦୋକାନ ନିର୍ମାଣକୁ ନେଇ ପୂର୍ବରୁ ସାଧୁ ସଂଘ ଓ ବ୍ୟବସାୟୀ ସଂଘଙ୍କ ମଧ୍ୟରେ ଆଲୋଚନା କରାଯାଇ କିଛି ସର୍ତ୍ତ ରଖାଯାଇଥିଲା । କିନ୍ତୁ ବ୍ୟବସାୟୀମାନେ ସର୍ତ୍ତକୁ ଅବମାନନା କରି ଦୋକାନ ନିର୍ମାଣ କରୁଛନ୍ତି । ଏହାକୁ ନେଇ ସାଧୁଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।
କୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକସ୍ୱାସ୍ଥ୍ୟପାଇଁ ଉପକାରୀ ଆମ୍ବପତ୍ରନାରୀ ବେଶରେ ପୁରୁଷ କରନ୍ତି ପୂଜା