sam-pitroda

ଭାରତୀୟ ଓଭରସିଜ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ସାମ ପିଟ୍ରୋଡା

ଏଏନଏସ: ନିଜର ବିବାଦୀୟ ବୟାନ ପାଇଁ ସାମ ପିଟ୍ରୋଡା ବୁଧବାର ଦିନ ଭାରତୀୟ ଓଭରସିଜ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ସୂଚନା ଦେଇଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସେ ଇସ୍ତଫା ଦେଇଛନ୍ତି । ଏହାପରେ ମୋଦୀ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଏହି ବୟାନ ଦେଶକୁ ଅପମାନ କରିଛି ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ରାହୁଲଙ୍କ ଗାନ୍ଧୀଙ୍କୁ ପରୋକ୍ଷରେ ସେହଜାଦେ ବୋଲି କହିବା ସହ ଶେହଜାଦେଙ୍କ ଅଙ୍କଲ ଯେଉଁ ଭାଷାର ପ୍ରୟୋଗ କରିଛନ୍ତି, ସେଥିପାଇଁ ସେ ରାଗରେ ଅଛନ୍ତି ବୋଲି ମୋଦୀ କହିଛନ୍ତି । ଏଥିସହ କଳା ରଙ୍ଗର ଚର୍ମ ଥିବା ଲୋକ କଣ, ଆଫ୍ରିକାର ବୋଲି ସେ ପ୍ରଶ୍ନ କରିଛନ୍ତି ? ଏଭଳି ଲୋକ ଆମ ଦେଶରେ ଚର୍ମର ରଙ୍ଗରେ ଗାଳି ଦେଉଛନ୍ତି । ହେଲେ ଚର୍ମର କୌଣସି ବହି ରଙ୍ଗ ନାହିଁ ବରଂ ଆମେ ଭଗବାନ ଶ୍ରୀକୃଷ୍ଣଙ୍କୁ ମଧ୍ୟ ପୂଜା କରୁ ବୋଲି ମୋଦୀ କହିଛନ୍ତି । ଏହା ପୂର୍ବରୁ ସାମ ପେଟ୍ରୋଡାଙ୍କ ଉତ୍ତରାଧିକାରୀ ଟ୍ୟାକ୍ସ ବୟାନକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହେଇଥିଲା । ଆମେରିକାର ଉଦାହରଣ ଦେଇ ଏହି ଟ୍ୟାକ୍ସ କଥା ଉଠାଇଥିଲେ ପେଟ୍ରୋଡା।

 

ଅନ୍ୟମାନଙ୍କୁ ଜଣାନ୍ତୁ।