You are currently viewing ରାଜ୍ୟସଭାରେ ଶପଥ ନେବେ ବିଜେଡିର ନବନିର୍ବାଚିତ ସାଂସଦ

ରାଜ୍ୟସଭାରେ ଶପଥ ନେବେ ବିଜେଡିର ନବନିର୍ବାଚିତ ସାଂସଦ

ନୂଆଦିଲ୍ଲୀ ୦୮/୦୭: ଆଜି ରାଜ୍ୟସଭାରେ ଶପଥ ନେବେ ବିଜେଡିର ରାଜ୍ୟସଭା ନିର୍ବାଚିତ ନୂଆ ସାଂସଦ ମାନସ ମଙ୍ଗରାଜ ଏବଂ ସୁଲତ ଦେଓ । ଦିନ ୧୧ଟା ରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ରାଜ୍ୟମାନଙ୍କର Alphabetical order ରେ ସଂସଦ ରେ ନବ ନିର୍ବାଚିତ ସାଂସଦ ମାନେ ଗୋପୋନୀୟତାର ଶପଥ ଗ୍ରହଣ କରିବେ । ନିଜ ନିଜପରିବାର ସହିତ ଦୁଇଜଣ ସାଂସଦ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେଇଛନ୍ତି । ରାଜ୍ୟସଭା ସାଂସଦ ସୁଲତା ଦେଓ ଓଡ଼ିଶା ସମ୍ବଲପୁରର ହାତ ତିଆରି ବାନ୍ଧ ଶାଡ଼ି ପିନ୍ଧି ସଂସଦ ଅଭିମୁଖେ ଯାତ୍ରା କରିଥିଲେ ।

ସାଥିରେ ଥିଲେ ତାଙ୍କର ଝିଅ ଓ ପୁଅ ସାଂସଦ ମାନସ ମଙ୍ଗରାଜ ମଧ୍ୟ ନିଜ ପରିବାର ଏବଂ ପିଇଶୀଙ୍କ ସହିତ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ବାହାରି ଥିଲେ । ଆଜି ଦୁଇ ଜଣ ସାଂସଦ ଶପଥ ଗ୍ରହଣ କରିଥିବା ବେଳେ ପୁନଃ ନିର୍ବାଚିତ ସାଂସଦ ସସ୍ମିତ ପାତ୍ର କିନ୍ତୁ ପରବର୍ତ୍ତୀ ସମୟ ରେ ଶପଥ ନେବେ।

ଅନ୍ୟମାନଙ୍କୁ ଜଣାନ୍ତୁ।