ବୈଜ୍ଞାନିକ ରୋଡାମ ନରସିଂହ୍ମାଙ୍କ ପରଲୋକ


ନୂଆଦିଲ୍ଲୀ, ବିଶିଷ୍ଟ ଏରୋସ୍ପେସ୍ ବୈଜ୍ଞାନିକ ତଥା ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ରୋଡାମ ନରସିଂହଙ୍କର ସୋମବାର ଥିବା ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ମୃତ୍ୟୁ ସମୟରେ ତାଙ୍କର ବୟସ ୮୭ ବର୍ଷ ଥିଲା। ମସ୍ତିଷ୍କରେ ରକ୍ତସ୍ରାବ ହେବା ପରେ ତାଙ୍କୁ ଡିସେମ୍ବର ୮ ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନରସିଂହଙ୍କର ହୃଦୟ ସମ୍ବନ୍ଧୀୟ ଅସୁସ୍ଥତା ଥିଲା ଏବଂ ୨୦୧୮ ରେ ମଧ୍ୟ ସେ ମସ୍ତିଷ୍କ ଆଘାତ ପାଇଥିଲେ ।

ଜୁଲାଇ ୨୦, ୧୯୩୩ ରେ ଜନ୍ମ ହୋଇଥିବା ପ୍ରଫେସର ନରସିଂହ ଏରୋସ୍ପେସ୍ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ସେ ୧୯୬୨ ରୁ ୧୯୯୯ ପର୍ୟ୍ୟନ୍ତ ଆଇଆଇଏସସି ରେ ଏରୋସ୍ପେସ୍ ଇଞ୍ଜିନିୟରିଂ ଶିକ୍ଷା ଦେଇଥିଲେ। ସେ ୧୯୮୪ ରୁ ୧୯୯୩ ପର୍ୟ୍ୟନ୍ତ ନ୍ୟାସନାଲ ଏରୋସ୍ପେସ୍ ଲାବୋରେଟୋରୀର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ୟ୍ୟ କରିଥିଲେ।
ଡକ୍ଟର କଲାମ ଏବଂ ପ୍ରଫେସର ନରସିଂହ ଏକତ୍ର ଏକ ପୁସ୍ତକ ରଚନା କରିଥିଲେ । ତାହା ହେଉଛି – “ଡେଭେଲୋପମେଣ୍ଟ ଇନ ଫ୍ଲୁଇଡ୍ ମେକାନିକ୍ସ ଆଣ୍ଡ ସ୍ପେସ୍ ଟେକ୍ନୋଲୋଜି “।

Leave A Reply

Your email address will not be published.