ନୂଆଦିଲ୍ଲୀ- ଦେଶର ଅଖଣ୍ଡତା ପ୍ରତି କେତେକ ବାହ୍ୟ ଶତ୍ରୁ ସର୍ବଦା ଚେଷ୍ଟା କରୁଥିବାବେଳେ କୃଷି ବିଲକୁ ବିରୋଧ କରି ଦେଶର ଚାଷୀ ସଂଗଠନ ଗୁଡିକ ଆନ୍ଦୋଳନ ଜାରି ରଖିଛନ୍ତି ।
ଦେଶରେ ଚାଲିଥିବା ଶତାଧିକ ୟୁଟ୍ୟୁବ ଚ୍ୟାନେଲ ଉପରେ ନଜର ରଖିଛି ସୁରକ୍ଷା ଏଜେନ୍ସି । ଗୁଇନ୍ଦା ସୁତ୍ର ଅନୁସାରେ ଏହି ସବୁ ଚ୍ୟାନେଲ ଗୁଡିକୁ ବିଦେଶୀ ପାଣ୍ଠି ଆସୁଥିବାର ଜଣାପଡିଛି । ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ହାନି ପହଞ୍ଚାଇବା ଏବଂ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ପାଣ୍ଠି ଖର୍ଚ୍ଚ ହେଉଥିବାର ଅଭିଯୋଗ ହୋଇଆସୁଛି । ଏହି ସବୁ ଚ୍ୟାନେଲ ଗୁଡିକ ଆନ୍ଦୋଳନକୁ ସମର୍ଥନ କରି କଣ୍ଟେଣ୍ଟ ଅପଲୋଡ କରୁଥିବାର ସୁରକ୍ଷା ଅଧିକାରୀଙ୍କ ନଜରକୁ ଆସିଛି ।