You are currently viewing ହ୍ୱାଟ୍ସପରେ ପଠାଇ ହେବ ଟଙ୍କା!

ହ୍ୱାଟ୍ସପରେ ପଠାଇ ହେବ ଟଙ୍କା!

ନୂଆଦିଲ୍ଲୀ, ଏଣିକି ଲୋକ ହ୍ୱାଟ୍ସପର ବ୍ୟବହାର କରି ପଇସା ଦବାନବା କରିପାରିବେ । ହ୍ୱାଟ୍ସପର ଲୋକପ୍ରିୟତା ମଧ୍ୟ ଅଧିକ । ଭିଡ଼ିଓ, ଅଡ଼ିଓ, ବାର୍ତ୍ତା ଇତ୍ୟାଦି ପାଇଁ ଲୋକମାନେ ଏହାର ବ୍ୟବହାର କରିଥାନ୍ତି । ଏସବୁ ସୁବିଧା ସହ ଏବେ ଆଉ ଏକ ସୁବିଧା ଯୋଡ଼ି ହୋଇଯାଇଥିବା ସୂଚନା ମିଳୁଛି ।  ଏ ନେଇ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ଗୁରୁବାର ହ୍ବାଟସଆପକୁ ଅନୁମତି ଦେଇଛି। ଭାରତର ଦଶଟି ଆଞ୍ଚଳିକ ଭାଷାରେ ହ୍ବାଟସଆପ ପେମେଣ୍ଟ ଉପଲବ୍ଧ ହେବ। ଯଦି ଆପଣଙ୍କର ହ୍ବାଟସଆପ ଆପ୍ ପୂର୍ବରୁ ଏକ ପେମେଣ୍ଟ ବିକଳ୍ପ ଅଛି, ତେବେ ଆପଣ ଏହାକୁ ବ୍ୟବହାର କରିପାରିବେ | ଯଦି ନୁହେଁ, ତେବେ ଆପଣ ହ୍ବାଟସଆପ ଆପ୍ ଅପଡେଟ୍ କରି ପେମେଣ୍ଟ ବିକଳ୍ପ ପାଇ ପାରିବେ |

ଅନ୍ୟମାନଙ୍କୁ ଜଣାନ୍ତୁ।