ନୂଆଦିଲ୍ଲୀ: ଶାନ୍ତିନିକେତନକୁ ୟୁନେସ୍କୋ ବିଶ୍ଵ ଐତିହ୍ୟ ସୂଚୀରେ ଯୋଡ଼ାଯାଇଛି। ୟୁନେସ୍କୋ ପକ୍ଷରୁ ରବିବାର ସୋସାଲ ମିଡିଆ ପ୍ଲାଟଫର୍ମ-ଏକ୍ସ ମାଧ୍ୟମରେ ଏହା ଘୋଷଣା କରାଯାଇଛି।
ବହୁବର୍ଷ ହେଲା ଶାନ୍ତିନିକେତନକୁ ୟୁନେସ୍କୋ ସୂଚୀରେ ଯୋଡ଼ିବା ଉଦ୍ୟମ ହୋଇଆସୁଥିଲା। ନିକଟରେ ୟୁନେସ୍କୋ ବିଶ୍ଵ ଐତିହ୍ୟ କେନ୍ଦ୍ରର ପରାମର୍ଶଦାତା ସଂସ୍ଥା ଆଇସିଓ ଏମ୍ଓ ଏସ୍ ଏ ସମ୍ବନ୍ଧୀୟ ସୁପାରିସ କରାଯାଇଥିଲା ।
ତେବେ କୋଲକାତାଠାରୁ ପ୍ରାୟ ୧୬୫ କିଲୋମିଟର ଦୂର ବୀରଭୂମ ଜିଲ୍ଲା ବୋଲପୁରଠାରେ ଅବସ୍ଥିତ ଶାନ୍ତିନିକେତନ କବିଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ପିତା ଦେବେନ୍ଦ୍ରନାଥ ଠାକୁରଙ୍କ ଦ୍ଵାରା ୧୮୬୩ରେ ୭ ଏକ ଜମିରେ ସ୍ଥାପିତ ହୋଇଥିଲା। ୧୯୦୧ରେ ରବୀନ୍ଦ୍ରନାଥ ସେଠାରେ ମାତ୍ର ୫ ଜଣ ଛାତ୍ରଙ୍କୁ ନେଇ ବିଶ୍ୱ ଭାରତୀ ସ୍ଥାପନ କଲେ। ୧୯୨୧ରେ ତାହାକୁ ରାଷ୍ଟ୍ରୀୟ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିଲା। ଆଜି ସେଠାରେ ୬ ହଜାରରୁ ଅଧିକ ଶିକ୍ଷାର୍ଥୀ ଅଧ୍ୟୟନ କରୁଛନ୍ତି।