ନୂଆଦିଲ୍ଲୀ (୨୪.୧୧.୨୨) : ବହୁ ଚର୍ଚ୍ଚିତ ଶ୍ରାଦ୍ଧା ୱାକରଙ୍କ ହତ୍ୟା ମାମଲାରେ ଆସିଛି ନୂଆ ମୋଡ । ଲିଭ-ଇନ ପାର୍ଟନର ଅଫତାବ ଅମିନ ପୁନୱାଲାର ବ୍ୟବହାର ସମ୍ପର୍କରେ ଶ୍ରଦ୍ଧା ୨ ବର୍ଷ ପୂର୍ବରୁ ମୁମ୍ବାଇ ପୋଲିସରେ ଅଭିଯୋଗ କରିଥିଲେ । ସେ ସେଥିରେ ଲେଖିଥିଲେ ଅଫତାବ ତାଙ୍କୁ ଖଣ୍ଡ ଖଣ୍ଡ କରି କାଟିବାର ଆଶଙ୍କା ପ୍ରକାଶ କରିଥିଲେ । ୨୦୨୦ ନଭେମ୍ବର ୨୩ ରେ ମୁମ୍ବାଇ ତୁଲିଞ୍ଜ ପୋଲିସକୁ ଶ୍ରଦ୍ଧା ଏକ ଚିଠି ଲେଖିଥିଲେ । ସେଥିରେ ସେ ଲେଖିଥିଲେ ଅଫତାବ ତାଙ୍କୁ ସବୁବେଳେ ଗାଳିଗୁଲଜ କରିବା ସହିତ ମାରପିଟ ମଧ୍ୟ କରୁଛି । ସେ ମତେ ୬ ମାସ ହେବ ମାରପିଟ କରୁଛି କିନ୍ତୁ ପୋଲିସରେ ଅଭିଯୋଗ କରିବାକୁ ମନା କରିଛି । ପୋଲିସ ପାଖକୁ ଗଲେ ସେ ତାଙ୍କୁ ମାରିବା ପାଇଁ ଧମକ ଦେଇଥିଲା । ଅଭିଯୋଗ ପାଇବା ପରେ ତୁଲିଞ୍ଜ ପୋଲିସ ଅଫ୍ତାବର ଘରକୁ ତଦନ୍ତ ପାଇଁ ଯାଇଥିଲା । ପରେ କିନ୍ତୁ ଶ୍ରଦ୍ଧା ନିଜର ଅଭିଯୋଗ ଫେରାଇ ନେଇଥିଲେ । ଏହି ଘଟଣା ପରେ ସେମାନେ ପୁଣି ଏକାଠି ରହିଥିଲେ । ସେପଟେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ ୨୦୨୦ରେ ଶ୍ରଦ୍ଧାଙ୍କ ଅଭିଯୋଗ ପରେ କ’ଣ ପାଇଁ ପଦକ୍ଷେପ ନିଆଗଲା ନାହିଁ ସେ ସଂପର୍କରେ ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି ।
ଭାଇରାଲ ହେଉଛି ଶ୍ରଦ୍ଧାଙ୍କ ଚିଠି
Tags: sradha