ମୋହନା୦୩/୧୦, ଶ୍ରମ ଟଙ୍କା ମାଗିବାରୁ ଦାଦନ ଶ୍ରମିକଙ୍କ ହାତ ପାପୁଲି ଓ ଗୋଡ଼ କାଟିଦେଲା ଦଲାଲ। ଥାନାରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇ ଗାଁରେ ଛାଡ଼ି ପଲାଇଲା ଦଲାଲ। ସୀମା ଟପିଲା ଦାଦନ ନିର୍ଯାତନା। ଏହି ଦାଦନ ଶ୍ରମିକ ଜଣଙ୍କ ହେଲେ ଶାଙ୍କ ମୁର୍ମୁ। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ କଲବା ଗାଁରେ। ଗତ ୧୩ ତାରିଖରେ ଶାଙ୍କଙ୍କୁ ନିକଟସ୍ଥ ଗାଁର ୪ଜଣ ଯୁବକ ଆସି ଦାଦନ ଖଟିବାକୁ ଉତ୍ତର ପ୍ରଦେଶ ଯିବାକୁ କହିଥିଲେ। ସେଠାରେ ଥିବା ଏକ ସିମେଣ୍ଟ କମ୍ପାନୀରେ କାମ କଲେ ମାସକୁ ୨୦ ହଜାର ଟଙ୍କା ବେତନ ମିଳିବ ବୋଲି ପ୍ରୋଲଭନ ଦେଖାଇଥିଲେ। ଶାଙ୍କ ମଧ୍ୟ ସେମାନଙ୍କ କଥାରେ ରାଜି ହୋଇ ୭ଜଣଙ୍କ ଯୁବକଙ୍କ ସହ ଉତ୍ତର ପ୍ରଦେଶ ଯାଇଥିଲେ। ସେଠାରେ ପହଞ୍ଚିବାର ଦୁଇ ଦିନ ପରେ ସେ ସିମେଣ୍ଟ କମ୍ପାନୀରେ କାମ କରିଥିଲେ। ସେଠାରେ ସପ୍ତାହେ କାମ କରିବା ପରେ ଶାଙ୍କ ତାଙ୍କର ପାରିଶ୍ରମିକ ମାଗିଥିଲେ। ଶାଙ୍କ ଟଙ୍କା ମାଗିବାରୁ ଦଲାଲ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ତାଙ୍କୁ ମାରପିଟ୍ କରିଥିଲେ। ପରେ ତାଙ୍କୁ ମଦ ପିଆଇ ଅଚେତ କରି ବାମ ଗୋଡ଼ ଓ ଡାହାଣ ହାତ ପାପୁଲି କାଟି ଦେଇଥିଲେ। ଏହାପରେ ଝାଂସିର ଏକ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ୨ଦିନ ଚିକିତ୍ସା କରିବା ପରେ ୩୦ ତାରିଖରେ ଶାଙ୍କଙ୍କୁ ନିଜ ଘରେ ଆଣି ଛାଡ଼ି ପଳାଇଥିଲେ ଦଲାଲ। ଆଉ ଗଲା ବେଳେ ଏହି କଥା ପୁଲିସକୁ ନଜଣାଇବାକୁ ଚେତାବନୀ ଦେଇଥିଲେ। ପୁଲିସ୍କୁ ଜଣାଇଲେ ମାରିଦେବାକୁ ଧମକ ଦେଇଥିଲେ। ଏମିତିକି ତାଙ୍କ ସହ ତାଙ୍କ ପିଲାଛୁଆଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ ଦଲାଲ। ଶାଙ୍କ ଦଲାଲଙ୍କ ଧମକରେ ଭୟଭୀତ ହୋଇ ପୁଲିସରେ ଅଭିଯୋଗ କରି ନାହାନ୍ତି।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା