You are currently viewing ଆଜି ସିବିଆଇରେ ହାଜର ହେବେ ସିସୋଦିଆ

ଆଜି ସିବିଆଇରେ ହାଜର ହେବେ ସିସୋଦିଆ

ନୂଆଦିଲ୍ଲୀ (୧୭.୧୦.୨୨) : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ସିବିଆଇରେ ହାଜର ହେବେ ଦିଲ୍ଲୀ ଉପମୁଖ୍ୟ ମନ୍ତ୍ରୀ ମନୀଷ ସିସୋଦିଆ । ଆଜି ହାଜର ହେବା ପାଇଁ ସିବିଆଇ ପକ୍ଷରୁ ତାଙ୍କୁ ସମନ ଜାରି କରାଯାଇଛି । ତେବେ ଏ ନେଇ ସିସୋଦିଆ ନିଜ ଟ୍ୱିଟର ପେଜରେ ଉଲ୍ଲେଖ କରିଛନ୍ତି ।

ସିବିଆଇ ସମନ ଜାରି କରିବା ପରେ ଆମ ଆଦମି ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଏଭଳି ପଦକ୍ଷପକୁ ସମାଲୋଚନା କରାଯାଇଛି । ସିସୋଦିଆଙ୍କୁ ଆଜି ସିବିଆଇ ଗିରଫ କରିବ ବୋଲି ଦଳ ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଛି । କେବଳ ଗୁଜୁରାଟ ନିର୍ବାଚନକୁ ଲକ୍ଷ ରଖି ସିବିଆଇ ପକ୍ଷରୁ ଏଭଳି ପଦକ୍ଷପ ନିଆଯାଇଛି । ବୋଲି ଦଳ ପକ୍ଷରୁ କୁହାଯାଇଛି ।

ସେପଟେ ମନୀଷ ସିସୋଦିଆ କହିଛନ୍ତି ଯେ, ଗତ ଚଢାଉ ବେଳେ ସିବିଆଇ କିଛି ପାଇଲା ନାହିଁ ଏଥର ମଧ୍ୟ ସେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବ । ୨୦ ହଜାର କୋଟି ଟଙ୍କା ଏହି ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ସିବିଆଇ ଦ୍ୱିତୀୟ ଥର ଜେରା କରିବାକୁ ଯାଉଛି । ପୂର୍ବରୁ ଏହି ମାମଲାରେ ତିନି ଜଣ ଗିରଫ ମଧ୍ୟ ହୋଇସାରିଛନ୍ତି । ଏହି ବହୁ ଚର୍ଚ୍ଚିତ ମାମଲାରେ ଉଭୟ ସିବିଆଇ ଏବଂ ଇଡି ତଦନ୍ତ କରୁଛି ।

ତଦନ୍ତକାରୀ ସଂସ୍ଥା ଦେଶର ବିଭିନ୍ନ ସ୍ଥାନରେ ରେଡ ମଧ୍ୟ କରିଛି । ଦିଲ୍ଲୀ ଉପରାଜ୍ୟପାଳ ଏହି ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଅଗଷ୍ଟ ୧୭ରେ ସିବିଆଇ ଅବକାରୀ ଦୁର୍ନୀତି ହୋଇଥିବା ମାମଲାରେ ଉଭୟ ସିବିଆଇ ଏବଂ ଇଡି ତଦନ୍ତ କରୁଛନ୍ତି । ତଦନ୍ତକାରୀ ସଂସ୍ଥା ଦେଶର ବିଭିନ୍ନ ସ୍ଥାନରେ ରେଡ ମଧ୍ୟ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।