You are currently viewing ଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁ

ଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁ

ଆମେରିକା(୧.୪.୨୩) :   କାନାଡାରୁ ଆମେରିକାରେ ଅନୁପ୍ରବେଶ କରୁଥିବାବେଳେ ଅଘଟଣ । ସେଣ୍ଟ ଲରେନ୍ସ ନଦୀରେ ବୁଡି ୬ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଗୋଟିଏ ଭାରତୀୟ ପରିବାରର ୪ଜଣ ଥିବା ଜଣାପଡିଛି । ସୂଚନା ମୁତାବକ, କିଛି ବ୍ୟକ୍ତି କାନାଡାରୁ ଆମେରିକା ଭିତରକୁ ଅନୁପ୍ରବେଶ କରୁଥିବାବେଳେ ସେଣ୍ଟ ଯୋଶେଫ୍ ନଦୀର ଏକ ସନ୍ତସନ୍ତଆ ସ୍ଥାନରେ ଅଘଟଣ ଘଟିଥିଲା । କୌଣସି କାରଣରୁ ଏଠାରେ ବୋଟ୍ ଲେଉଟି ପଡିବାରୁ ବୋଟରେ ଥିବା ୬ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଏମାନଙ୍କ ମଧ୍ୟରେ ଗୋଟିଏ ଭାରତୀୟ ପରିବାରର ୪ଜଣ ଥିବା ଅକୱେନ୍ସେ ତଟରକ୍ଷୀ ପୁଲିସ ପକ୍ଷରୁ କୁହାଯାଇଛି । ମୃତକମାନେ ଭାରତୀୟ ପରିବାର ଓ ରୋମାନିଆ ପରିବାରର ବୋଲି ଜଣାପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।