ଆସନ୍ତା ବର୍ଷରୁ ବନ୍ଦେ ଭାରତରେ ସ୍ଲିପର କୋଚ୍

ନୂଆଦିଲ୍ଲୀ: ବନ୍ଦେ ଭାରତ ଟ୍ରେନ୍‌ରେ ଆସନ୍ତା ୨୦୨୪ ମାର୍ଚ୍ଚରେ ସ୍ଲିପର କରାଯିବା ପାଇଁ ସ୍ଥିର ହୋଇଛି। ବର୍ତ୍ତମାନ ଦେଶରେ କେବଳ ଚେୟାର ଥିବା ବନ୍ଦେ ଭାରତ ଟ୍ରେନ୍ ଚାଲୁ ହେଉଛି। ରାଜଧାନୀ ଏକ୍ସପ୍ରେସ୍‌ର ଟ୍ରାକରେ ବନ୍ଦେ ଭାରତ ଟ୍ରେନ୍ ଚାଲିବା ନେଇ ରେଳବାଇ ଯୋଜନା ପ୍ରସ୍ତୁତ କରୁଛି । ଏଥିପାଇଁ ଯାତ୍ରୀମାନଙ୍କୁ ରାତି ସମୟରେ ଆରାମ ପାଇଁ ସ୍ଥିପର କୋଚ୍‌ର ଆବଶ୍ୟକତା ରହିଛି ।

 ଶନିବାର ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଡ୍ ଫ୍ୟାକ୍ସି (ଆଇସିଏଫ୍)ର ଜେନେରାଲ ମ୍ୟାନେଜର ବିଜି ମାଲ୍ୟା କହିଛନ୍ତି, ଏହି ଆର୍ଥିକ ବର୍ଷ ପରେ ବନ୍ଦେ ଭାରତରେ ସ୍ଲିପର କୋଚ୍ ଏବଂ ଏହା ସହିତ ବନ୍ଦେ ମେଟ୍ରୋ ଆରମ୍ଭ କରାଯିବ। ସ୍ଲିପର ବିଶିଷ୍ଟ ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ ଚାଲିଛି ଏବଂ ଏହା ଆସନ୍ତା ବର୍ଷ ମାର୍ଚ୍ଚ ମାସରେ ଚାଲୁ ହେବ। ୧୨ କୋଚ୍‌ ବିଶିଷ୍ଟ ଏହି ଟ୍ରେନକୁ ଏକ ଛୋଟ ରେଳପଥରେ ଜାନୁଆରୀରୁ ଚାଲୁ କରାଯିବ। 

ସେହିପରି ଅକ୍ଟୋବର ମାସରେ ବନ୍ଦେ ଭାରତର ନନ୍-ଏସି ଟ୍ରେନ୍ ଚାଲିବ। ବନ୍ଦେ ଭାରତ ସ୍ଲିପର ଟ୍ରେନର ଗତି ଘଣ୍ଟା ପ୍ରତି ୧୬୦ କିଲୋମିଟର ରହିବ ବୋଲି ରେଳ ବିକାଶ ନିଗମ ଲିମିଟେଡ ( ଆର୍ଏନ୍‌ଭିଏଲ୍)ର ମେକାନିକାଲ ଜିଏମ୍ ଆଲୋକ କୁମାର ମିଶ୍ର କହିଛନ୍ତି।

Leave A Reply

Your email address will not be published.