ସୋମବାର ସକାଳ ୧୦ଟା୧୪ରେ ଶପଥ ନେବେ ଦ୍ରୋପଦୀ ମୁର୍ମୁ

ନୂଆଦିଲ୍ଲୀ(୨୩/୦୭), ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ତାଙ୍କୁ ଅପେକ୍ଷା କରିଛି ରାଇସିନା ହିଲ । ସୋମବାର ଦିନ ସେ ରାଷ୍ଟ୍ରପତି ଭାବେ ଶପଥ ନେବେ । ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ଶପଥ ସମାରୋହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଶପଥ ପାଠ ଉତ୍ସବରେ ସାମିଲ ହେବାକୁ ଥିବା ଅତିଥିଙ୍କ ତାଲିକା କରାଯାଉଛି । ବିଭିନ୍ନ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ଦ୍ରୌପଦୀ ମୁର୍ମୁଙ୍କ ପରିବାର ବର୍ଗଙ୍କୁ ମଧ୍ୟ ଦିଲ୍ଲୀରୁ ଡାକରା ଆସିଛି । ସେହି ଐତିହାସିକ ମୂହୂର୍ତର ସାକ୍ଷୀ ରହିବା ପାଇଁ ସାରା ଦେଶବାସୀ ଅପେକ୍ଷା କରି ରହିଛନ୍ତି ।ଏହା ସକାଳ ୯ଟା ୧୭ରୁ ଆରମ୍ଭ ହୋଇ ୧୦ଟା ୩୫ରେ ଶେଷ ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.

three × 2 =