You are currently viewing ମୁମ୍ବାଇରେ ବିଜୁଳି ଯୋଗାଣ ବନ୍ଦ

ମୁମ୍ବାଇରେ ବିଜୁଳି ଯୋଗାଣ ବନ୍ଦ

ମୁମ୍ବାଇ, ମୁମ୍ବାଇର ବହୁ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଛି । ବିଜୁଳି ଗ୍ରୀଡ ଫେଲ ହୋଇଯିବାରୁ ମୁମ୍ବାଇର ଅଧିକାଂଶ ସହରରେ ଏବେ ଅନ୍ଧାରରେ ରହିଛନ୍ତି। ଖାଲି ସେତିକି ନୁହେଁ, ବିଜୁଳି ସରବରାହ ବନ୍ଦ ଯୋଗୁ ଟ୍ରେନ ଚଳାଚଳ ଠାରୁ ଆରମ୍ଭ କରି ଟ୍ରାଫିକ ସିଗ୍ନାଲ ଓ ସିସିଟିଭ ସର୍ଭର ଡାଉନ ହୋଇଯାଇଛି।  ବିଦ୍ୟୁତ୍ ଯୋଗାଣ ଠପ୍ ହେବା କାରଣରୁ ଦିନ ୧୦ଟା ପରଟଠାରୁ ବିଭିନ୍ନ ସ୍ଥାନରେ ବିଜୁଳି ସରବରାହ ବନ୍ଦ ହୋଇଯାଇଛି । ବିଜୁଳି ସରବରାହ ବନ୍ଦ ଥିବା ମୁମ୍ବାଇର ଦକ୍ଷିଣ, କେନ୍ଦ୍ରୀୟ ଓ ନର୍ଥନ ଅଞ୍ଚଳରେ ରହୁଥିବା ଲୋକମାନେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଦିନ ୧୦ଟା ପରଠାରୁ ମୁମ୍ବାଇ ଓ ଥାନେ ସମେତ କୋଲାବା, ମାହିମ ଓ ବାନ୍ଦ୍ରାରେ ଏଭଳି ଅଚଳାବସ୍ଥା ଦେଖିବାକୁ ମିଳିଛି। ବିଜୁଳି ବିଭ୍ରାଟ ଯୋଗୁ ମେଟ୍ରୋ ଟ୍ରେନ ଚାଲି ପାରୁନାହିଁ। ସେହିପରି ଚର୍ଚ୍ଚ ଗେଟ ଓ ବୋରିଭାଲି ମଧ୍ୟରେ ଚାଲୁଥିବା ଟ୍ରେନକୁ ବାତିଲ କରିଦିଆଯାଇଛି। ସହରର ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଓ ଟ୍ରାଫିକ ସିଗ୍ନାଲ ମଧ୍ୟ ଡାଉନ ହୋଇଯାଇଛି। 

ଅନ୍ୟମାନଙ୍କୁ ଜଣାନ୍ତୁ।