You are currently viewing ଆସିବ ସୁପର ସାଇକ୍ଲୋନ

ଆସିବ ସୁପର ସାଇକ୍ଲୋନ

ଭୁବନେଶ୍ୱର(ଏଏନଏସ)୨୮/୦୫, ବିଶ୍ୱ ତାପାୟନ ଓ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଭାରତ ଗଭୀର ପ୍ରଭାବର ସମ୍ମୁଖୀନ ହେବ । ଦେଶରେ ପ୍ରଳୟଙ୍କାରୀ ବାତ୍ୟାର ତାଣ୍ଡବ ବଢିପାରେ ବୋଲି ଚେତାବନୀ ଦେଇଛନ୍ତି ଗବେଷକ । ୨୦୨୦ରେ ଆସିଥିବା ସୁପର ସାଇକ୍ଲୋନ ଅମ୍ଫନକୁ ଗବେଷଣା କରି ଏହି ତଥ୍ୟ ଜାରି କରିଛନ୍ତି ବ୍ରିଟେନର ବ୍ରିଷ୍ଟେଲ ବିଶ୍ୱବିଦ୍ୟାଳୟର ଗବେଷକ । ସାରା ଦକ୍ଷିଣ ଏସିଆରେ ତାଣ୍ଡବ ରଚିଥିଲା ଅମ୍ଫନ । ଦକ୍ଷିଣ ଏସିଆ ସାଧାରଣତଃ ଜଳପରିବର୍ତ୍ତନର ସବୁଠାରୁ ସ୍ପର୍ଶକତାର ଇଲାକା । ଯେଉଁଥିରେ ସୁପର ସାଇକ୍ଲୋନ ବାରମ୍ବାର ପରିଲକ୍ଷିତ ହୋଇଆସିଛି । ବିଶ୍ୱ ତାପାୟନ ୨ ଡିଗ୍ରୀରୁ ୧ ଦଶମିକ ୫ ଡିଗ୍ରୀକୁ ହ୍ରାସ କରିବା ଲାଗି ଘୋଷଣାନାମା ଜାରି ହୋଇଥିଲେ ମଧ୍ୟ ତାହା ସଠିକ କାର୍ଯ୍ୟ ହୋଇପାରୁ ନାହିଁ । ଉଭୟ ବାଂଲାଦେଶ ଓ ଭାରତରେ ଏହି ପରିବର୍ତ୍ତନର ପ୍ରଭାବ ପଡିବ ଏବଂ ୩ ମିଟରରୁ ଅଧିକ ଉଚ୍ଚତାର ଜୁଆର ମାଡିଆସିପାରେ ବୋଲି ସେମାନେ ସତର୍କ କରାଇଛନ୍ତି । କ୍ଲାଇମେଟ ରେଜିଲିନସ ଆଣ୍ଡ ସଷ୍ଟେନବିଲିଟି ଜର୍ଣ୍ଣାଏରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି , ବର୍ତ୍ତମାନ ଯେପରି ଗ୍ରୀନ ହାଉସ ଗ୍ୟାସ ନିର୍ଗତ ଘଟୁଛି ସେହି ଅନୁପାତ ଯଦି ଜାରି ରହେ ତେବେ ଭାରତ ଜନସଂଖ୍ୟାର ଅଢେଇଗୁଣ ଅର୍ଥାତ ୩୦୦ କୋଟି ଲୋକ ବନ୍ୟାର ଶିକାର ହେବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।