ନୂଆଦିଲ୍ଲୀ-08.05.2021 କରୋନା ସଂକ୍ରମଣ ଏବେ ଆତଙ୍କ ସୃଷ୍ଟି କରିଛି । ଦେଶର ବିଭିନ୍ନ ଜେଲରୁ ସଂକ୍ରମିତ କ଼ଏଦୀ ଚିହ୍ନଟ ହେଉଛନ୍ତି । ଏନେଇ ଜେଲରେ ଭିଡ଼ କମାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ କରୋନା ସଂକ୍ରମଣ ବଢୁଥିବାରୁ ଆବଶ୍ୟକ ନଥିଲେ ଅପରାଧି କିମ୍ବା ଅଭିଯୁକ୍ତ ମାନଙ୍କୁ ଗିରଫ ନକରିବାକୁ ନିର୍ଦେଶ ଦେଇଛନ୍ତି । କରୋନା ସଂକ୍ରମଣ ୯୦ ଦିନ ପାଇଁ ଜେଲ୍ରୁ ପାରୋଲରେ ବାହାରିବେ କଏଦୀ । ସବୁ ରାଜ୍ୟକୁ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ପ୍ରଦାନ କରିଛନ୍ତି । ଛୋଟ ଛୋଟ ଅପରାଧ କରିଥିବା କଏଦୀଙ୍କୁ ଚିହ୍ନଟ କରି ମୁକ୍ତ କରାଯିବ । ଯାହା ଫଳରେ ଜେଲରେ ଭିଡ କମିପାରିବ ।