ନୂଆଦିଲ୍ଲୀ, ଦେଶର କରୋନାର ଦ୍ୱିତୀୟ ଲହର ବଢ଼ିଚାଲିଥିବାବେଳେ ରେଳ ବିଭାଗ ପକ୍ଷରୁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏପ୍ରିଲ ମାସ ୯ ତାରିଖରୁ ଅସ୍ଥାୟୀଭାବେ ଲକ୍ଷ୍ନୌ-ଦିଲ୍ଲୀ ତେଜସ ଏକ୍ସପ୍ରେସ ସେବା ବନ୍ଦ କରିବା ପାଇଁ ପଶ୍ଚିମ ରେଳବାଇ ନିଜର ଟ୍ୱିଟର ପେଜରେ ସୂଚନା ଦେଇଛି ।

ପରବର୍ତ୍ତୀ ସ୍ଥିତିକୁ ଦେଖି ଏହାର ଚଳାଚଳ ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ । ସୂଚନାଯୋଗ୍ୟ ଯେ, ଶୁକ୍ରବାର, ଶନିବାର, ରବିବାର ଓ ସୋମବାର ଚାରିଦିନ ଏହି ଏକ୍ସପ୍ରେସ ଚଳାଚଳ କରିଥାଏ ।