ପାକିସ୍ତାନରେ ଭୟଙ୍କର ଦୃଶ୍ୟ

ଇସଲାମବାଦ (୧୫.୧୦.୨୨) : ହସ୍ପିଟାଲ ଛାତ ଉପରେ ତଥା ବ୍ୟବଚ୍ଛେଦ ଗୃହରେ ଏଣେତେଣେ ପଡି ରହିଛି ଶବ । ସେଥି ମଧ୍ୟରୁ ଅନେକ ନଷ୍ଟ ହେବାକୁ ଲାଗିଥିବା ବେଳେ ଅନେକ ଶବରୁ ଅନେକ ଅଙ୍ଗ ନଥିବା ଦେଖିବାକୁ ମିଳିଛି । ମୃତ ଦେହ ଉଲଗ୍ନ ଅବସ୍ଥାରେ ପଡି ରହିଛି ।

ଏପରି ଭୟଙ୍କର ଦୃଶ୍ୟ ପାକିସ୍ତାନର ମୁଲତାନର ନିଶାର ଡାକ୍ତରଖାନାରେ ଦେଖିବାକୁ ମିଳିଛି । ପାକିସ୍ତାନର ମୁଖ୍ୟମନ୍ତ୍ରୀ ପରାମର୍ଶଦାତା ତାରିକ ଜମାନ ଗୁଜାର ଏପରି ତଥ୍ୟ ଗଣମାଧ୍ୟମ ସମୁଖରେ ପ୍ରକାଶ କରିବା ପରେ ଏହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ତାରିକ ଜମାନ ଗୁଜାରଙ୍କ କହିବା ଅନୁସାରେ କିଛି ଦିନ ପୂର୍ବେ ମୁଁ ନିଶାର ଡାକ୍ତରଖାନା ଗସ୍ତରେ ଯାଇଥିଲି । ସେଠାରେ ଜଣେ ଲୋକ ଆସି ତାଙ୍କୁ କହିଥିଲା ଯଦି ଭଲ କାମ କରିବାକୁ ଚାହୁଛ ତେବେ ମର୍ଗକୁ ଯାଇ ଯାଞ୍ଚ କର ।

ସେଠାରେ ସେ ପହଞ୍ଚିବା ପରେ କର୍ମଚାରୀମାନେ ଶବ ବ୍ୟବଚ୍ଛେଦ ପାଇଁ କବାଟ ଖୋଲିବାକୁ ପ୍ରସ୍ତୁତ ନଥିଲେ । କବାଟ ନ ଖୋଲିଲେ ଏନେଇ ମାମଲା ରୁଜୁ କରାଯିବ ବୋଲି କୁହା ଯିବାରୁ ସେମାନେ କବାଟ ଖୋଲିଥିଲେ । ଏହା ପରେ ସେ ଯାହା ଦେଖିଥିଲେ ତାଙ୍କ ପାଦ ତଳୁ ମାଟି ଖସି ଯିବ । ମର୍ଗ ଖୋଲାଗଲା ସେଠାରେ ଶତାଧିକ ମୃତ ଦେହ ବିକ୍ଷିପ୍ତ ଭାବେ ଏଣେତେଣେ ପଡି ରହିଥିବା ଦେଖବାକୁ ପାଇଥିଲେ । ସେମାନଙ୍କ ମଧ୍ୟରେ ମହିଳା ପୁରୁଷ ମୃତ ଦେହ ଥିବା ବେଳେ ତାହା ଉଲଗ୍ନ ଅବସ୍ଥାରେ ପଡି ରହିଥିଲା । ଏହି କଥା ଡାକ୍ତରଙ୍କୁ ପଚାରିବାରୁ ସେ କହିଥିଲେ ଛାତ୍ରମାନଙ୍କ ଶିକ୍ଷାଗତ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରାଯାଉଥିବା କହିଥିଲେ ।

ତେବେ ସେହି ଶବର ଅଙ୍ଗ କେଉଁଠାରେ ଅଛି ବୋଲି ପଚାରିବାରୁ ଡାକ୍ତର ଚୁପ ରହିଥିଲେ । ଏହାପରେ ଛାତ ଉପରକୁ ଯିବାରୁ ସେଠାରେ ବି ବହୁ ମୃତଦେହ ବିକ୍ଷିପ୍ତ ଭାବେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏପରିକି ସେଥିରେ ପୋକ ଲାଗି ଯାଇଥିବା ବେଳେ ତା’ ଉପରେ ଶାଗୁଣା ବି ଉଡ଼ୁଥିଲେ। ନିଶାର ମେଡିକାଲ ୟୁନିଭରସିଟିର ମୁଖପାତ୍ର ସାଜଜାଦ ମାସୁଦ ଏହାକୁ ହୃଦୟ ବିଦାରକ ଘଟଣା ବୋଲି କହିବା ସହ  ଏହା ପଛରେ ଥିବା ବ୍ୟକ୍ତିଙ୍କ  ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏହି ଘଟଣାର ଅନୁସନ୍ଧାନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିବା ସେ କହିଛନ୍ତି। ହେଲେ ଛାତ ଉପରେ କେବଳ ୪ଟି ମୃତଦେହ ପଡ଼ିଥିବା ବେଳେ ଡାକ୍ତରୀ ଶିକ୍ଷା ନିମନ୍ତେ ପ୍ରାକୃତିକ ଭାବେ ଶୁଖିବା ପାଇଁ ଛଡ଼ାଯାଇଥିବା ସେ କହିଛନ୍ତି। ଏହି ଘଟଣା ପ୍ରଚାରିତ ହେବା ପରେ ନିଶାର ମେଡିକାଲ ସମେତ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

Leave A Reply

Your email address will not be published.