ଭାର ସମ୍ଭାଳି ନପାରି ଓଲଟିଲା ଡଙ୍ଗା, ୫ମୃତ

ବିହାରର ଭାଗଲପୁର ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମଝି ନଈରେ ଓଲଟି ଯାଇ ୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ କିଛି ଲୋକ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜିବା କାର୍ଯ୍ୟ ଜାରି ରହିଛି । ସୂଚନା ଯୋଗ୍ୟ ଯେ, ଏହି ଡଙ୍ଗାରେ ୧୦୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଆବଶ୍ୟକତାଠାରୁ ଅଧିକ ଲୋକ ଯାତ୍ରା କରୁଥିବାରୁ ଡଙ୍ଗାଟି ଅତ୍ୟଧିକ ଭାର ସମ୍ଭାଳି ନ ପାରି ଓଲଟି ଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସେଠାରୁ ଉଦ୍ଧାର ହୋଇଥିବା ୧୫ ଯାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଅଛି । ମୃତକଙ୍କ ସଂଖ୍ୟା ବଢ଼ିପାରେ ଅନୁମାନ କରାଯାଇଛି ।

Leave A Reply

Your email address will not be published.