କେନ୍ଦ୍ରୀୟ ସରକାରୀଙ୍କୁ ଛୁଟି ବଦଳରେ ମିଳିବ ନଗଦ ଟଙ୍କା

ନୂଆଦିଲ୍ଲୀ, କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ସରକାର ଘୋଷଣା କରିଛନ୍ତି ଯେ, ଛୁଟି ବଦଳରେ କର୍ମଚାରୀଙ୍କୁ ନଗଦ ଟଙ୍କା ପ୍ରଦାନ କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଏହି ସୂଚନା ଦେଇଛନ୍ତି। ଏହା ସହିତ ସମସ୍ତ କର୍ମଚାରୀଙ୍କୁ ପାର୍ବଣ ଋତୁରେ ୧୦ ହଜାର ଟଙ୍କା ଦିଆଯିବ। ଏଲ୍ଟିସି ଭାଉଚର ଯୋଜନା ଅନ୍ତର୍ଗତ କର୍ମଚାରୀଙ୍କୁ ଛୁଟି ବଦଳରେ ଟଙ୍କା ଦିଆଯିବ। ଏଲ୍ଟିସି ଅନ୍ତର୍ଗତ ପ୍ରତି ୪ ବର୍ଷରେ ସରକାର କର୍ମଚାରୀଙ୍କୁ ଭ୍ରମଣ ଲାଗି ଆବଶ୍ୟକ ଟଙ୍କା ଦିଆଯାଇଥାଏ । ତେବେ ଚଳିତ ବର୍ଷ ଏହା ବଦଳରେ ନଗଦ ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିପାଇଁ ମୋଟ ୫,୬୭୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାସହିତ ସାର୍ବଜନୀକ ଉପକ୍ରମ ଏବଂ ବ୍ୟାଙ୍କକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୯,୦୦କୋଟି ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.